16.1 C
Bhubaneswar
Saturday, December 27, 2025
Homeଓଡିଶା୮ ବର୍ଷର ନାବାଳକକୁ ଟାଣିନେଲା କୁମ୍ଭୀର

୮ ବର୍ଷର ନାବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ : ୮ ବର୍ଷର ନାବାଳକକୁ ମହାନଦୀ କୂଳରୁ ଟାଣିନେଲା କୁମ୍ଭୀର । ଅନୁଗୁଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଘଟିଛି ଏଭଳି ଘଟଣା । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ପିଲାଟି ଆଜି ଟିକରପଡା ମହାନଦୀ କୂଳରେ ଖେଳୁଥିବା ସମୟରେ ହଠାତ୍ ଏକ କୁମ୍ଭୀର ଆସି ନାବାଳକକୁ ପାଣି ଭିତରକୁ ଟାଣି ନେଇଥିଲା । ଏହା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଉଭୟ ଟିମ୍ ପହଞ୍ଚି ପିଲାଟିକୁ ବହୁ ସମୟ ଧରି ମହାନଦୀରେ ଖୋଜାଖୋଜି କରିଥିଲେ । ପରେ ମହାନଦୀରୁ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking