ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ବିଜ୍ଞାନ ଭବନରେ ବିଏସଏଫର ସ୍ୱତନ୍ତ୍ର କାଯ୍ୟକ୍ରମରେ ବର୍ଷିଲେ । ଅପରେସନ ସିନ୍ଦୁର ପାକିସ୍ତାନର ମୁଖା ଖୋଲିଦେଇଛି କହିଛନ୍ତି ଶାହ । ବିଏସଏଫ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢିପାରିବନି । ଅପରେସନ ସିନ୍ଦୁରରେ ୯ଟି ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ । ଅପରେସନ ସିନ୍ଦୁର ଦ୍ୱାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଚି । ଆଗକୁ ବି ଜାରି ରହିବ ।