24.1 C
Bhubaneswar
Tuesday, March 24, 2026
Homeଓଡିଶାଜୁନ ୨୫କୁ ସମ୍ବିଧାନ ହତ୍ୟାଦିବସ ଭାବରେ ପାଳନ କରାଯିବ : ଅମିତ ଶାହ

ଜୁନ ୨୫କୁ ସମ୍ବିଧାନ ହତ୍ୟାଦିବସ ଭାବରେ ପାଳନ କରାଯିବ : ଅମିତ ଶାହ

ନୂଆଦିଲ୍ଲୀ :ଏଥର ଜୁନ ୨୫କୁ ସମ୍ବିଧାନ ହତ୍ୟାଦିବସ ଭାବରେ ପାଳନ କରାଯିବ। ସମ୍ବିଧାନ ହତ୍ୟା ଦିବସ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଥିବା ଲୋକତନ୍ତ୍ରର ସୁରକ୍ଷା ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅମର ଜ୍ୟୋତିକୁ ଜୀବିତ ରଖିବାରେ ସହାୟକ ହେବ । ତେବେ ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି ।୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଥିଲା ବୋଲି କହି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି। ସେ ଏକ୍ସରେ ମଧ୍ୟ ଏକ ପୋଷ୍ଟ କରି କହିଛନ୍ତି “୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକଛତ୍ରବାଦୀ ମାନସିକତାକୁ ପ୍ରଦର୍ଶିତ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେ ଏପରି କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଦେଇଥିଲେ।ଲକ୍ଷଲକ୍ଷ ଲୋକଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା ଓ ମିଡିଆର ସ୍ୱରକୁ ଚାପି ଦିଆଯାଇ ଯାଇଥିଲା। ଏଥିପାଇଁ ଭାରତ ସରକାର ପ୍ରତିବର୍ଷ ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୯୭୫ ମସିହାର ଜରୁରିକାଳୀନ ପରିସ୍ଥିତି ଭଳି ଅମାନବୀୟ ଯନ୍ତ୍ରଣାକୁ ଯେଉଁମାନେ ସହ୍ୟ କରିଥିଲେ ସେମାନଙ୍କ ବିରାଟ ଯୋଗାଦାନକୁ ଏହା ସ୍ମରଣ କରାଇବ।ଏକଛତ୍ରବାଦୀ ସରକାରର ଅସଂଖ୍ୟ ଯାତନା ଓ ଉତ୍ପୀଡ଼ନର ସାମ୍ନା କରିବା ସତ୍ତ୍ୱେ ଲୋକତନ୍ତ୍ରକୁ ପୁନର୍ଜିବିତ କରିବାକୁ ସଂଘର୍ଷ କରୁଥିବା ଲୋକଙ୍କ ସମ୍ମାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏପରି ନିଷ୍ପତ୍ତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking