24.9 C
Bhubaneswar
Tuesday, April 7, 2026
Homeଓଡିଶାଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ ରୋହିଦାସ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ ରୋହିଦାସ

ଭୁବନେଶ୍ୱର : ଅଲିମ୍ପିକ୍ସ ହକି ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ପୁଅ ଅମିତ ରୋହିଦାସ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅମିତ ଫୁଲ ତୋଡ଼ା ସମ୍ବର୍ଦ୍ଧନା ଜଣାଇଛନ୍ତି। ଅମିତ ରୋହିଦାସ ଆମ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ କହିଥିଲେ। ତେବେ ଟିମ୍‌ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀ ୟହକି ଦଳ ବ୍ରୋଞ୍ଜ ମେଡାଲ୍ ଜିତିଥିଲା। ଏହି ଟିମରେ ଏକମାତ୍ର ଓଡ଼ିଆ ଭାବରେ ରହିଥିଲେ ଅମିତ ରୋହିଦାସ। କ୍ରମାଗତ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ଅମିତ ରୋହିଦାସ ହେଉଛନ୍ତି ପ୍ରଥମ ଓଡ଼ିଶା। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅମିତ ରୋହିଦାସ ଏହାର ସଦସ୍ୟ ଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସରେ ତାଙ୍କ ସହିତ ଆଉ ଜଣେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking