26.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ୱାଶିଂଟନ୍ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି । ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ । ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆମେରିକାର ବିବୃତ୍ତି ପୁଣି ଥରେ ସାମ୍ନାକୁ ଆସିଛି । ଆତଙ୍କବାଦକୁ ନେଇ ଆମେରିକା ମଧ୍ୟ ଏକ ବଡ଼ କଥା କହିଛି ।

ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ବିଶ୍ୱର ଯେକୌଣସି ଦେଶ ଆତଙ୍କବାଦକୁ ନିନ୍ଦା କରିବେ ବୋଲି ଆମେ ଆଶା କରୁଛୁ । ଆମେ ଯେକୌଣସି ଦେଶକୁ ସ୍ୱାଗତ କରୁଛୁ ଯିଏ ପଡୋଶୀ ଦେଶ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । କିନ୍ତୁ ଆମେ ଆତଙ୍କବାଦକୁ ଘୋର ବିରୋଧ କରୁଛୁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରିବ ବୋଲି ବେଦାନ୍ତ ଆଶା ପ୍ରକଟ କରିଛନ୍ତି । ସେ କହିଛନ୍ତି, ଭାରତ ହେଉଛି ଏମିତି ଏକ ଦେଶ, ଯେଉଁଥିରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମର ସମ୍ପର୍କକୁ ଗଭୀର କରୁଛୁ । ଆମର ଅର୍ଥନୈତିକ ଏବଂ ସୁରକ୍ଷା ସମ୍ପର୍କ ବଢ଼ିବା ସହିତ ଏହା ଏକ କ୍ଷେତ୍ର ଯେଉଁଠାରେ ଆମେ ଏହାକୁ ପ୍ରୋତ୍ସାହିତ କରିବା ଜାରି ରଖିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking