35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଆମେରିକାରେ ନିଜ ନାଗରିକଙ୍କୁ ଭାରତ-ପାକ୍ ସୀମାରେ ରହିବା ଓ ସେହି ଅଞ୍ଚଳକୁ ଯାତ୍ରା ନକରିବାର ଆଡଭାଇଜାରି ଜାରି କରାଯାଇଛି। ଆତଙ୍କବଦା ଓ ସଶସ୍ତ୍ର ସଂଘର୍ଷର ଆଶଙ୍କାରେ ଭାରତ-ପାକିସ୍ତାନ ସୀମା ଓ ନିୟନ୍ତ୍ରଣ ରେଖା ଆଖପାଖ ତଥା ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବା ପ୍ରଦେଶ ଯାତ୍ର ନକରିବାର ଚେତାବନୀ ଦେଇ ଏକ ପରାମର୍ଶ ଜାରି କରିଛି।

ଆଡଭାଇଜରୀରେ କୁହାଯାଇଛି ଯେ, ଏହି ଅଞ୍ଚଳରେ ଆତଙ୍କୀ ଗତିବିଧି ଓ ସଶସ୍ତ୍ର ସଂଘର୍ଷ ହୋଇପାରେ। ଏହି କାରଣ ପାଇଁ ଲୋକଙ୍କୁ ପାକିସ୍ତାନ ଯାତ୍ରା ଉପରେ ପୁନଃବିଚାର କରିବା ଦରକାର। ଯାତ୍ରା ପରାମର୍ଶରେ ଆମେରିକାରୁ ଆତଙ୍କବାଦର କାରଣ ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବାର ଯାତ୍ରା ନକରିବାକୁ ମଧ୍ୟ କୁହାଯାଇଛି। ଆମେରିକା କହିଛି ଏହି ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଆକ୍ଟିଭ ଥିବାର ସୂଚନା ରହିଛି। ଏହାଛଡା ସୀମାରେ ଭାରତ ଓ ପାକିସ୍ତାନ ଦୁଇ ପଟୁ ବହୁ ସଂଖ୍ୟାରେ ସୈନିକ ମୁତୟନ ରହିଛନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନର ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ସଂଗଠନ ଲଗାତାର ବହୁ ଆକ୍ରମଣ କରିସାରିଛି। ଶୁକ୍ରବାର ମଧ୍ୟ ପାକିସ୍ତାନର ବେଲୁଚିସ୍ତାନରେ ହିଂସାର ଘଟଣା ସାମନାକୁ ଆସିଛି।

କେଚ୍ ଜିଲାର ତୁରବତରେ କିଛି ଅଜଣା ସଶସ୍ତ୍ର ଲୋକ ଶୁକ୍ରବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ପ୍ରମୁଖ ମୌଲବୀ ମୁଫତି ଶାହ ମୀରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ପୋଲିସ ଶନିବାର ଏହି ସୂଚନା ଦେଇଛି। ସେ କହିଛନ୍ତି ସଶସ୍ତ୍ର ଲୋକ ଧାର୍ମିକ ବିଦ୍ବାନଙ୍କୁ ସେହି ସମୟରେ ଟାର୍ଗେଟ କରିଥିଲେ ଯେତେବେଳେ ସେ ରାତିରେ ନମାଜ କରି ବାହାରକୁ ଆସିଥିଲେ। ପୋଲିସର କହିବା ଅନୁସାରେ, ମୋଟର ସାଇକେଲ ନେଇ ଆସିଥିବା ସଶସ୍ତ୍ର ଲୋକ ମୁଫତି ଶାହ ମୀରଙ୍କ ଉପରେ ଗୁଳି ଚଳାଇଥିଲେ। ଯାହାଫଳରେ ଗୁରୁତର ଭାବରେ ଆହତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରିପୋର୍ଟ ଅନୁସାରେ, ମୌଲବୀ ମୀର ଜେୟୁଆଇ-ଏଫ୍‌ର ଘନିଷ୍ଠ ଥିଲେ। ଏହା ପୂର୍ବରୁ ମଧ୍ୟ ଦୁଇଥର ତାଙ୍କ ଉପରେ ଆକ୍ରମଣ ହୋଇସାରିଛି। ଏହି ଆକ୍ରମଣ ଖୁଜଦାରରେ ଜେୟୁଆଇ-ଏଫ୍‌ର ଦୁଇ ନେତାଙ୍କ ଗୁଳି ମାରି ହତ୍ୟାର କିଛି ଦିନ ପରେ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking