ରୁଷ:ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଛି ଏବେ ଆମେରିକା । କୁହାଯାଉଛି ଆମେରିକା ପଠାଇଥିବା ଏହି ଅସ୍ତ୍ରଶସ୍ତ୍ର ସବୁଠାର ଘାତକ ହେବ । ପ୍ରାୟ ୨୭୫ ମିଲିୟନର ୱେପନ ଡିଲ୍ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି । ଏହି ଚୁକ୍ତି ଅନୁସାରେ, ଆମେରିକା ୟୁକ୍ରେନକୁ ଲ୍ୟାଣ୍ଡମାଇନ୍, ଡ୍ରୋନ୍ ଇତ୍ୟାଦି ପଠାଇଛି । ଏଥିସହିତ ଆମେରିକା ଏହାର ସବୁଠାରୁ ଘାତକ ହିମର୍ସ ରକେଟ୍ ସିଷ୍ଟମ ବି ପଠାଇଛି ୟୁକ୍ରେନକୁ । ଯାହା ରୁଷ ସେନାର ଚିନ୍ତା ବଢାଇପାରେ । ସେପଟେ ଆମେରିକାଠୁ ସହାୟତା ପାଇବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲନେସ୍କି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜେଲନେସ୍କି କହିଛନ୍ତି, ଯୁଦ୍ଧ ସମୟରେ ଆମେରିକା ସହାୟତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ, ଏହା ଏବେ ଏହି ଯୁଦ୍ଧର ଗତିପଥ ବଦଳାଇଦେଇପାରେ ।ସେପଟେ ୟୁକ୍ରେନ ରାଜଧାନୀ କିଭ୍ରେ ଥିବା ନିଜର ଦୂତାବାସକୁ ୪ ରାଷ୍ଟ୍ର ବନ୍ଦ କରିଦେଇଛନ୍ତି । ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ସ୍ପେନ୍, ଇଟାଲି ଓ ଗ୍ରୀସ୍ । ରୁଷ୍ ସେନାର ଆକ୍ରମଣ ଆଶଙ୍କା କରି ଏହି ରାଷ୍ଟ୍ରଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି । ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ କିଭ୍ ସ୍ଥିତ ଦୂତାବାସ ଉପରେ ନଭେମ୍ବର ୨୦ରେ ରୁଷ୍ ପକ୍ଷରୁ ବଡ ଧରଣର ଆକ୍ରମଣ ନେଇ ସୂଚନା ମିଳିଛି ।