24.9 C
Bhubaneswar
Tuesday, April 7, 2026
Homeଓଡିଶାଅମରେଶ ଜେନା ଗିରଫ

ଅମରେଶ ଜେନା ଗିରଫ

ବାଲେଶ୍ୱର: ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡିର କର୍ପୋରେଟର ଅମରେଶ ଜେନା ଗିରଫ । ଜଣେ ଯୁବତୀ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ରାତିସାରା ଲକ୍ଷ୍ମୀସାଗର ପୋଲିସ ରେଡ୍ କରିଥିଲା । ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି। ସୂଚନାନୁସାରେ ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭି‌ଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମ‌ରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ  ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା।

ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ‌ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ‌ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା। ଅନ୍ୟପକ୍ଷରେ ପୀଡ଼ିତାଙ୍କର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ତାଙ୍କ ଉପରେ ପୋଲିସ କେସ ଉଠାଇବାକୁ ଚାପ ପକାଉଥିବା ସେ ଭିଡିଓ ମାଧ୍ୟମ‌ରେ କହିଥିଲେପୋଲିସ କାହିଁକି ଅମରେଶଙ୍କୁ ଗିରଫ କରୁନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଥିଲେ।  ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେନ୍ୟାୟ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ନ୍ୟାୟ ନ ପାଇ ସେ ଆତ୍ମହତ୍ୟା କଲେ କେହି ମହମବତି ଶୋଭାଯାତ୍ରା କରିବେ ନାହିଁ ବୋଲି ମଧ୍ୟ କହିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking