20.1 C
Bhubaneswar
Saturday, December 6, 2025
Homeଓଡିଶାକାଦୁଅ ରାସ୍ତା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ: ହନ୍ତସନ୍ତ ହେଲେ ଗର୍ଭବତୀ ମହିଳା

କାଦୁଅ ରାସ୍ତା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ: ହନ୍ତସନ୍ତ ହେଲେ ଗର୍ଭବତୀ ମହିଳା

ମାଲକାନଗିରି: ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଦେଢ କିଲୋମିଟର କାଦୁଅ ରାସ୍ତାରେ ଚାଲିଚାଲି ଗଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବେଦୁରୁପାଲି ଗାଁରୁ ଆସିଛି ଏଭଳି ଖବର । କାଦୁଅ ରାସ୍ତା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଫଳରେ ବାଧ୍ୟହୋଇ ଗର୍ଭବତୀଙ୍କୁ ଚଲାଇ ଚଲାଇ ଆଣିଲେ ଆଶା ଦିଦି ଏବଂ ସମ୍ପର୍କୀୟ । ସୂଚନା ଅନୁସାରେ ଗାଁର କନକ ଦେଈ ଦୁରୁଆଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଗାଁର ଆଶା ଦିଦି । କିନ୍ତୁ କାଦୁଅ ରାସ୍ତା ପାଇଁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking