27 C
Bhubaneswar
Saturday, April 11, 2026
Homeଓଡିଶାଠୁଳ କରିଥିଲେ ଅମାପ ସମ୍ପତ୍ତି; ଓସ୍‌ଆର୍‌ଟି ସିଏଓକୁ ଗିରଫକଲା ଭିଜିଲାନ୍ସ

ଠୁଳ କରିଥିଲେ ଅମାପ ସମ୍ପତ୍ତି; ଓସ୍‌ଆର୍‌ଟି ସିଏଓକୁ ଗିରଫକଲା ଭିଜିଲାନ୍ସ

କଟକ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟି)ର ଚିଫ୍ ଆକାଉଣ୍ଟ ଅଫିସର(ସିଏଓ) ବିଜୟ କୁମାର ମଙ୍ଗରାଜଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଗତକାଲି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ବିଜୟଙ୍କ ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା ଠାବ ହୋଇଥିଲା ବେଳେ ସେଥିମଧ୍ୟରୁ ଗୋଟିଏ ଦୁଇ ମହଲା ବିଶିଷ୍ଟ ଓ ଅନ୍ୟଟି ଏକ ମହଲା ବିଶିଷ୍ଟ ବୋଲି ଜଣାଯାଇଛି। ଏଥି ସହିତ ତାଙ୍କର ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟରେ ଏକ ଫ୍ଲାଟ ଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ ବାବୁଙ୍କର କେରଳର ଏର୍ଣ୍ଣାକୁଲମ୍‌ରେ ଏକ ବଙ୍ଗଳା ରହିଛି। ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ୩୯ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି ରହିଥିବା ବେଳେ ତାଙ୍କ ଘରୁ ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଏଥିସହ ଦୁଇଟି ଦାମୀକାର ଜବତ ହୋଇଥିଲା ବେଳେ ୧୭ ଲକ୍ଷ ଟଙ୍କାର ପରୋଇ ଉପକରଣ ମଧ୍ୟ ଜବତ କରାଯାଇଛି। ଗତକାଲି ହୋଇଥିବା ଚଢ଼ଉରେ ୮ ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking