30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଇଣ୍ଡିଜ୍ ଟିମ୍‌କୁ ଫେରିଲେ ଅଲ୍‌ଜାରୀ ଯୋଶେଫ୍‌

ଇଣ୍ଡିଜ୍ ଟିମ୍‌କୁ ଫେରିଲେ ଅଲ୍‌ଜାରୀ ଯୋଶେଫ୍‌

ସେଣ୍ଟ୍ ଲୁସିଆ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ୦-୨ରେ ପଛୁଆ ଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ରେ ଫାଷ୍ଟ୍ ବୋଲର୍ ଅଲ୍‌ଜାରୀ ଯୋଶେଫ୍‌ଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଏହା ବ୍ୟତୀତ ଟିମ୍‌ରେ ସମର୍ ସ୍ପ୍ରିଙ୍ଗର୍‌ଙ୍କୁ ସୁଯୋଗ ଦିଆଯାଇଛି। ଯୋଶେଫ୍ ଦୁଇଟି ମ୍ୟାଚ୍ ବାସନ୍ଦ ପରେ ଫେରିଥିବା ବେଳେ ସ୍ପ୍ରିଙ୍ଗର୍‌ଙ୍କୁ ଆହତ ଆନ୍ଦେ ରସେଲ୍‌ଙ୍କ ସ୍ଥାନରେ ଟିମ୍‌ରେ ସାମିଲ କରାଯାଇଛି। ଇଣ୍ଡିଜ୍ ଟିମ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ୮ ୱିକେଟ୍‌ରେ ଏବଂ ଦ୍ୱିତୀୟ ମ୍ୟାଚ୍ ୭ ୱିକେଟ୍‌ରେ ପରାଜିତ ହୋଇଛି। ସିରିଜ୍‌ର ତୃତୀୟ ମ୍ୟାଚ୍ ନଭେମ୍ବର ୧୪ରେ ସ୍ଥାନୀୟ ଗ୍ରସ୍ ଆଇଲେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ।
ମିଳିଥିବା ସୂଚନା ଅନୁସାରେ ଆନ୍ଦ୍ରେ ରସେଲ୍‌ଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବାରୁ ସେ ବାକି ତିନିଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ କହିଛି, ରସେଲ୍ ନଭେମ୍ବର ୯ରେ ବ୍ରିଜ୍ ଟାଉନ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ସ୍ଥାନ ଅଲ୍‌ରାଉଣ୍ଡର୍ ସମର୍ ସ୍ପ୍ରିଙ୍ଗର୍ ନେବେ। ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଟି-୨୦ ପଦାର୍ପଣ କରିଥିବା ସ୍ପ୍ରିଙ୍ଗର୍‌ଙ୍କ ସାମିଲ ହେବା ଫଳରେ ଟିମ୍‌ରେ ପାଖରେ ଏକ ବୋଲିଂ ବିକଳ୍ପ ଉପଲବ୍ଧ ହୋଇଛି।
ଇଣ୍ଡିଜ୍ ଟିମ୍‌: ରୋଭ୍‌ମାନ୍ ପୋୱେଲ୍ (କ୍ୟାପ୍‌ଟେନ୍‌), ରୋଷ୍ଟନ୍ ଚେଜ୍‌, ମାଥ୍ୟୁ ଫୋର୍ଡ, ଶିମରନ୍ ହେଟ୍‌ମେୟାର୍‌, ଟେରେନ୍ସ ହିଣ୍ଡ୍‌ସ, ଶାଇ ହୋପ୍‌, ଅକିଲ୍ ହୋସେନ୍‌, ଅଲ୍‌ଜାରୀ ଯୋସେଫ୍‌, ବ୍ରେଣ୍ଡନ୍ କିଙ୍ଗ୍‌, ଏଭିନ୍ ଲୁଇସ୍‌, ଗୁଡ଼ାକେଶ ମୋତି, ନିକୋଲାସ୍ ପୂରନ୍‌, ଶେରେଫେନ୍ ରଦରଫୋର୍ଡ, ରୋମାରିଓ ଶେଫାର୍ଡ, ସମର ସ୍ପ୍ରିଙ୍ଗର୍‌।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking