22.1 C
Bhubaneswar
Saturday, March 28, 2026
Homeଅପରାଧପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ

ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ

ଭୁବନେଶ୍ବର : ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ। ୱେଲ୍ଡିଂ ମେସିନ୍ ଓ କଟର ଚୋରି କରି ଗିରଫ ହେଲା ଟୁଙ୍ଗୁରୁ ଭୋଳ। ଅଟୋରେ ଚୋରି କରି ଯାଉଥିବା ବେଳେ ଗୋଡେଇ ଗୋଡେଇ ଧରିଲା ପିସିଆର୍ ଭ୍ୟାନ। ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ୍। ସ୍ଥାନୀୟ ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆ ପାଖରେ ଥିବା ଏକ ଘରେ ୱେଲ୍ଡିଂ କାମ ହେଉଥିବା ବେଳେ ସେଠାରୁ ୱେଲ୍ଡିଂ ମେସିନ୍, କଟର ଏବଂ କେବୁଲ୍ ଚୋରି କରି ଫେରାର ହୋଇଯାଇଥିଲେ ଟୁଙ୍ଗୁରୁ ଏବଂ ତାହାର ସହଯୋଗୀ।

ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପିସିଆର୍ ଭ୍ୟାନ ଚାରିଆଡ଼େ ଖୋଜାଖୋଜି କରିବା ସହ ଗୋଡ଼େଇ ଗୋଡ଼େଇ ଟୁଙ୍ଗୁରୁକୁ କାବୁ କରିଥିବାବେଳେ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲେ। ଏ ନେଇ ଗ୍ୟାରେଜ ମାଲିକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାରେ ବ୍ୟବହୃତ ଅଟୋ ଓ ଚୋରି ଜିନିଷ ଜବତ ସହ ଟୁଙ୍ଗୁରୁ ଭୋଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking