ବ୍ୟୁରୋ : ବ୍ଲକରେ ମୋଟ ୨୭ ହଜାର ୫୪୬ ଜଣ ଭତ୍ତା ପାଉଥିବା ବେଲେ ସେଥି ମଧ୍ୟରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ୨୨୦ । ବ୍ଲକ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ବିଏସଏସଓ ଧମେନ୍ଦ୍ର କୁମାର ସାହୁ ଉପଜିଲ୍ଲାପାଳଙ୍କ ନିକଟରେ ଟ୍ୟାମ୍ପରିଙ୍ଗ କରି ବେଆଇନ ଭାବେ ୨୨୦ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ପାକାପାଖି ୨୦ ଲକ୍ଷରୁ ଅଧିକ ହେବ । ଯାହାକୁ ନେଇ ବିଞ୍ଝାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡିଓ ଦ୍ୱେବିନ୍ଦୁ କୁମାର ଦାସ । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଡିଓ ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ ଭତ୍ତା ଚଳିତମାସ ବନ୍ଦ କରିଛନ୍ତି । ତେବେ ଏହାର ସଠିକ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କ ନାମ କାଟିବା ସହିତ ଦୁର୍ନୀତି କରିଥିବା ଅଧିକାରୀଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ମାନେ ଦାବି କରିଛନ୍ତି ।