ଭୁବନେଶ୍ୱର : ବିଧାନସଭା ଘେରାଉ କରିବା କଂଗ୍ରେସ । ଏନେଇ ଘେରାଉ ପୂର୍ୱରୁ ବିଧାନସଭାରେ ସୁରକ୍ଷା ବଢାଯାଇଛି । ବିଧାନସଭାର ସମସ୍ତ ଗେଟ ବନ୍ଦ କରାଯାଇଛି । ବିଧାନସଭା ଗେଟ ଆଗରେ ବ୍ୟାପକ ପୋଲିସ ଛାଉଣୀ କରାଯାଇଛି । କେବଳ ବିଧାନସଭା ନୁହେଁ । ମାଷ୍ଟରକ୍ୟାଣ୍ଟିନ ଛକ , ରାମ ମନ୍ଦିର ଛକରେ ପ୍ରବଳ ଭିଡ ଦେଖାଦେଇଛି । ରାଜଧାନୀ ମୁହାଁ ହେଉଛନ୍ତି କଂଗ୍ରେସ ନେତା ଓ କର୍ମୀ । ସୂଚନା ଥାଉକି, । ଆଜି କଂଗ୍ରେସ ବିଧାନସଭା ଘେରାଉ ହେବ ା ଏହା ସହ ନାରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ କରିବ । ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।