25.1 C
Bhubaneswar
Friday, December 19, 2025
Homeଓଡିଶାବିଜେପି ରାଜ୍ୟ ସଭାପତିଙ୍କ ଦୃଢ଼ୋକ୍ତି: ଯୋଗ୍ୟ ଚିଟ୍‌ଫଣ୍ଡ କ୍ଷତିଗସ୍ତଙ୍କୁ ଫେରସ୍ତ କରାଯିବ ଟଙ୍କା

ବିଜେପି ରାଜ୍ୟ ସଭାପତିଙ୍କ ଦୃଢ଼ୋକ୍ତି: ଯୋଗ୍ୟ ଚିଟ୍‌ଫଣ୍ଡ କ୍ଷତିଗସ୍ତଙ୍କୁ ଫେରସ୍ତ କରାଯିବ ଟଙ୍କା

-ରାଜ୍ୟ ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ
-୩-୪ ମାସ ମଧ୍ୟରେ ୫ ଲକ୍ଷ ଜମାକାରୀ ଫେରି ପାଇବେ ଟଙ୍କା

ଭୁବନେଶ୍ୱର: ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ୍ୟ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି। ଆସନ୍ତା ୩-୪ ମାସ ମଧ୍ୟରେ ୫ ଲକ୍ଷ ଯୋଗ୍ୟ ଜମାକାରୀକାରୀଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ତେବେ ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଚିଟ୍‌ଫଣ୍ଡରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀମାନେ ଟଙ୍କା ଫେରିପାଇବେ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ମନମୋହନ ସାମଲ କହିଛନ୍ତ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଓଡ଼ିଶାର ଜନସାଧାରଣ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଜନସାଧାରଣଙ୍କ ଭରଷା ସହ ଖେଳିଥିଲା ବିଜେଡି ସରକାର। ୧୭୪ଟି ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ଜନସାଧାରଣଙ୍କ ଟଙ୍କା ହରିଲୁଟ୍ କରିଥିଲେ। ବିଜେଡି ସରକାରର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ନାଁରେ ଲୋକଙ୍କ ଟଙ୍କା ଆତ୍ମସାତ କରିଥିଲେ। ଏହି ମାମଲାରେ ଅଭିଯୁକ୍ତ ହୋଇ ବିଜେଡିର ବହୁ ନେତା ଓ ମନ୍ତ୍ରୀ ବିଗତ ଦିନରେ ଜେଲ୍ ଯାଇଛନ୍ତି। ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଲଗାଇ ଲକ୍ଷଲକ୍ଷ ଯୋଗ୍ୟ ଜମାକାରୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ। ଫଳରେ ସାଧାରଣ ଲୋକଙ୍କ ବିଶ୍ୱାସ ସରକାରଙ୍କ ଉପରୁ ଉଠିଯାଇଥିଲା। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲା। ଏହାପରେ କର୍ପସ ଫଣ୍ଡ ଓ କମିଶନ ଗଠନ ହୋଇଥିଲା, ମାତ୍ର କ୍ରିୟାନ୍ୱୟନ ହୋଇପାରି ନଥିଲା। ଏପରିକି ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା।

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଚିଟ୍‌ଫଣ୍ଡ କ୍ଷତିଗସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଏନେଇ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜର ସଂକଳ୍ପପତ୍ରରେ ଘୋଷଣା କରିଥିଲ। ବିଜେପି ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ। ସମସ୍ତ କ୍ଷତିଗସ୍ତ ଯୋଗ୍ୟ ଜମାକାରୀ କିପରି ଟଙ୍କା ପାଇବେ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ସାମାନ୍ୟ ପ୍ରମାଣ ଦେଖାଇଲେ ଯେପରି ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ସେଭଳି ବିଧି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ଅବସରରେ କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking