28.1 C
Bhubaneswar
Sunday, July 27, 2025
Homeଓଡିଶାମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଜି ସମସ୍ତ ସ୍କୁଲ ଛୁଟି

ମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଜି ସମସ୍ତ ସ୍କୁଲ ଛୁଟି

ମୟୁରଭଞ୍ଜ: ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ  ରେଡ ଆଲର୍ଟ ପରେ  ତିନିଦିନ ପାଇଁ  ଅଙ୍ଗନବାଡି  ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିଛି ।  ଜିଲ୍ଲାପାଳ ଜିଲ୍ଲାର ସମସ୍ତ  ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଆଜି , ଆସନ୍ତାକାଲି ଓ ବୁଧବାର ଯାଏଁ ବନ୍ଦ ରହିବ ।  ପ୍ରଥମରୁ ଦଶମ ଯାଏଁ କେବଳ  ଆଜି ପାଇଁ ବନ୍ଦ ରହିବ ।  ପାଗରେ ପରିବର୍ତ୍ତନ ଆସିବା ପରେ ଏହି ସ୍କୁଲ ଓ ଅଙ୍ଗନବାଡି  କେନ୍ଦ୍ର  ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଜିଲ୍ଲାର  ବିଭିନ୍ନ ଛୋଟବଡ ନଦୀନାଳ କତେକ ସ୍ଥାନରେ  ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking