28.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶଦିଲ୍ଲୀର ସମସ୍ତ ସ୍କୁଲ ଜାନୁୟାରୀ ୧ରୁ ବନ୍ଦ, ଶୀତ ଛୁଟି ଘୋଷଣା କଲେ ସରକାର

ଦିଲ୍ଲୀର ସମସ୍ତ ସ୍କୁଲ ଜାନୁୟାରୀ ୧ରୁ ବନ୍ଦ, ଶୀତ ଛୁଟି ଘୋଷଣା କଲେ ସରକାର

ଦିଲ୍ଲୀ : ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଚଳିତ ବର୍ଷର ଶୀତ ଛୁଟି ଘୋଷଣା କରି ଦିଆଯାଇଛି। ୨୦୨୪ ଜାନୁୟାରୀ ୧ରୁ ଶୀତ ଛୁଟି ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ। ଏଥର କେବଳ ୬ ଦିନ ପାଇଁ ଶୀତ ଛୁଟି ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ଛୁଟି କମ୍ ରହିଛି। ଦିଲ୍ଲୀ ସରକାର ବୁଧବାର ଶୀତଦିନିଆ ଛୁଟି ସମ୍ପର୍କରେ ଆଡ୍‌ଭାଇଜରୀ ଜାରି କରିଛନ୍ତି। ଏହା ପୂର୍ବରୁ ନଭେମ୍ବର ମାସରେ ପ୍ରଦୂଷଣ ହେତୁ କିଛି ଦିନ ଆଗରୁ ଶୀତ ଛୁଟି ବ୍ୟବହାର ହୋଇସାରିଛି। ପ୍ରଦୂଷଣ କାରଣରୁ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଥିଲା ଏବଂ ଏହାକୁ ଶୀତକାଳୀନ ଛୁଟିରେ ଆଡ୍‌ଜଷ୍ଟ କରିବାକୁ ଆଦେଶ ଦିଆଯାଇଥିଲା। ବର୍ତ୍ତମାନ ଜାନୁଆରୀ ୧ରୁ ୬ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ସୂଚନାଥାଉ କି, ଦୀପାବଳି ପୂର୍ବରୁ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲା। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ୫୦୦ରେ ପହଞ୍ଚିଯିବାରୁ ଶିକ୍ଷା ନିର୍ଦ୍ଦେଶାଳୟ ‘ଓ୍ଵିଣ୍ଟର୍ ବ୍ରେକ୍’ ଅର୍ଥାତ୍ ଶୀତ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking