ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ । ତିନି ଦିନ ଧରି ହେବାକୁ ଥିବା ଡିଜିପି ସମ୍ମିଳନାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । । ସେଠାରେ ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ । ସେଥିପାଇଁ ରାଜଧାନୀରେ ସୁରକ୍ଷା ବଳୟ କଡାକଡି ଚାଲିଛି । ଏହାକୁ ଆଖି ଆଗରେ ରଖି ରାଜଧାନୀ ବିଏମସି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଦିନ ୧ଟା ପରେ ବନ୍ଦ ରହିବ । ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଟ୍ରାଫିକ କଟକଣା ଯୋଗୁଁ ଯାତାୟତ କରିବାରେ ପିଲାମାନେ ଏସୁବିଧାର ସମ୍ମୁଖୀନ ହେବେ। ଏହି ଆଶଙ୍କାରେ ଆଜି ହାଫ ଡେ ଘୋଷଣା କରାଯାଇଛି ।










