26.1 C
Bhubaneswar
Wednesday, February 4, 2026
Homeଓଡିଶାବାଂଲାଦେଶରୁ ଫେରିବେ ସବୁ ଓଡ଼ିଆ ଶ୍ରମିକ

ବାଂଲାଦେଶରୁ ଫେରିବେ ସବୁ ଓଡ଼ିଆ ଶ୍ରମିକ

ଭୁବନେଶ୍ବର : ରାଜ୍ୟ ସରକାର ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି। ଏହି କ୍ରମରେ ଆଜି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି କି, ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ରହିଛନ୍ତି ତାର ଏକ ଚିଠା ପ୍ରସ୍ତୁତ ହେଉଛି। ଏନେଇ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଅଫିସିଆଲ ଲିଷ୍ଟ ପଠାଇବା ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ।
ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଓ ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଶ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking