29.1 C
Bhubaneswar
Tuesday, February 17, 2026
Homeଓଡିଶାରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ ନର୍ସିଂ ସୁପରିଟେଣ୍ଡେଂଟ ସମ୍ମାନିତ

ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ ନର୍ସିଂ ସୁପରିଟେଣ୍ଡେଂଟ ସମ୍ମାନିତ

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି। ଶ୍ରୀମତି ମିଶ୍ରଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତି ଶୋଭନା ମହାନ୍ତି ପ୍ରମୁଖ ସମ୍ମାନିତ କରିଥିଲେ। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଅବଦାନ ନିମନ୍ତେ ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନର୍ସିଂ ସେବା କ୍ଷେତ୍ରରେ ଶ୍ରୀମତି ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ବିଶ୍ୱବିଦ୍ୟାଳୟକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମତି ମିଶ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking