14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଶ୍ରାବଣ ମାସ ସାରା ସମସ୍ତ ଆମୀଷ ଦୋକାନ ବନ୍ଦ : ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ

ଶ୍ରାବଣ ମାସ ସାରା ସମସ୍ତ ଆମୀଷ ଦୋକାନ ବନ୍ଦ : ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ

 

ବାରଣାସୀ: ଶ୍ରାବଣ ମାସରେ ସବୁନ ଆମିଷ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ । ତେବେ କନୱାର ଯାତ୍ରା ମାର୍ଗରେ ଥିବା ସମସ୍ତ ମାଂସ ଏବଂ କୁକୁଡ଼ା ଦୋକାନକୁ ଶ୍ରାବଣ ମାସ ପାଇଁ ବନ୍ଦ ରଖିବାକୁ ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ ଏକ ଆଦେଶନାମା ଜାରି କହିଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ରାଜ୍ୟ ସରକାର କନୱାର ଯାତ୍ରା ମାର୍ଗରେ ଥିବା ଭୋଜନାଳୟରେ ମାଲିକଙ୍କ ନାମ ଏବଂ ଫୋନ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଅଞ୍ଚଳର ଦୋକାନକୁ ରାଜ୍ୟ ସରକାରଙ୍କ ନିକଟରକୁ ଏଭଳି ନିର୍ଦ୍ଦେଶ ମିଳିବା ପରେ ଏହି ନିର୍ଦ୍ଦେଶନାମା ଆସିଛି। ତେବେ ବାରଣାସୀ ମ୍ୟୁନିସିପାଲ କର୍ପୋରେସନର ଲୋକସମ୍ପର୍କ ଅଧିକାରୀ ମେୟର ସନ୍ଦୀପ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କନୱାର ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ କୌଣସି ସୁବିଧା କିମ୍ବା ସମସ୍ୟାକୁ ରୋକିବା ପାଇଁ କନୱାର ମାର୍ଗରେ ଥିବା ଏହି ଆମୀଷ ଦୋକାନଗୁଡ଼ିକ ଧର୍ମ ମାସ ଶ୍ରାବଣରେ ବନ୍ଦ କରିବା ପାଇଁ ମ୍ୟୁନିସିପାଲିଟି କମିସନର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଯେହେତୁ କନୱାରକୁ ବିଭିନ୍ନ ମାର୍ଗରୁ ତୀର୍ଥଯାତ୍ରୀ ଆସୁଛନ୍ତି, ତେଣୁ ସେମାନଙ୍କ ମାର୍ଗରେ ଏକ ସର୍ଭେ କରାଯିବ। ଯାହା ଦ୍ୱାରା ମାର୍ଗରେ ଥିବା ମାଂସ ଏବଂ କୁକୁଡ଼ା ଦୋକାନ ଯଥାଶୀଘ୍ର ବନ୍ଦ ହୋଇଛି କି ନାହିଁ ଜଣାପଡ଼ିବ। ଏହାରି ମଧ୍ୟରେ ଉତ୍ତରପ୍ରଦେଶ ପୁଲିସ୍‌ କହିଛି ଯେ ଶ୍ରାବଣ ଶିବରାତ୍ରୀ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସଫଳ ହୋଇଛି। ଶ୍ରାବଣ ଶିବରାତ୍ରୀ ଏକ ପବିତ୍ର ହିନ୍ଦୁ ପର୍ବ, ଯାହା କେବଳ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଶ୍ରାବଣର ଏହି ଶୁଭ ମାସରେ ଭଗବାନ ଶିବଙ୍କୁ ସାରା ଦେଶରେ ପୂଜା କରାଯାଏ। ଶ୍ରାବଣ ମାସ କନୱାର ଯାତ୍ରା ପାଇଁ ପ୍ରସିଦ୍ଧ। ଭକ୍ତମାନେ ଗଙ୍ଗା ଜଳ ଆଣି ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି। ଶ୍ରାବଣ ଶିବରାତ୍ରୀ ପ୍ରତିବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପଡ଼ିଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking