19.1 C
Bhubaneswar
Thursday, February 12, 2026
Homeଓଡିଶାଜାଡ଼ କବଳରେ ସାରା ଭାରତ

ଜାଡ଼ କବଳରେ ସାରା ଭାରତ

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଥଣ୍ଡାରେ ଥରୁଛି ଦିଲ୍ଲୀ ସମେତ ସଂପୂର୍ଣ୍ଣ ଉତ୍ତର ଭାରତ। ବର୍ଷା ସହ ତାପମାତ୍ରାରେ ମଧ୍ୟ ଆଖିଦୃଶିଆ ହ୍ରାସ ଘଟିବାକୁ ଯାଉଛି ବୋଲି ଘୋଷଣା କରିଛି ପାଣିପାଗ ବିଭାଗ। ଏବେଠୁ ୨୦୨୫ର ପ୍ରଥମ ସପ୍ତାହ ଯାଏ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ପ୍ରବଳ ବର୍ଷା ହେବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେବ ବୋଲି କହିଛି ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ଭାରତର ଅନେକ ସ୍ଥାନରେ ଏବେ ବର୍ଷା ଲାଗି ରହିଛି। ଆଗାମି ଦୁଇଦିନ ମଧ୍ୟରେ ଉତ୍ତର ଭାରତର ତାପମାତ୍ରା ୩ରୁ ୫ ଡିଗ୍ରି କମିବ ବୋଲି ଘୋଷଣା କରିଛି ଭାରତୀୟ ପାମିପାଗ ବିଭାଗ। ଅନୁରୁପ ଭାବେ ଆସନ୍ତା ତିନି ଦିନ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ର ଭାରତରେ ତାପମାତ୍ରା ୩ରୁ ୫ ଡିଗ୍ରି ଖସିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ପୂର୍ବ ଭାରତର ତାପମାତ୍ରାରେ ୨ରୁ ୪ ଡିଗ୍ରି ବୃଦ୍ଧି ଘଟିବ ବୋଲି ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ।

ଚଳିତବର୍ଷ ଡିସେମ୍ବର ୩୦ ଓ ୩୧ ତାରିଖ ସୁଦ୍ଧା ହିମାଚଳପ୍ରଦେଶରେ ଭାଷଣ ଥଣ୍ଡା ଅନୁଭୁତ ହେବ। ସେହିପରିଭାବେ ପଞ୍ଜାବ, ହରିୟାନା-ଚଣ୍ଡିଗଡ଼, ଜମ୍ମୁ ଓ କାଶ୍ମୀର, ଲଦାଖ, ଗିଲଗିଟ-ବାଲତିସ୍ଥାନ, ମୁଜାଫରବାଦ ଓ ରାଜସ୍ଥାନର ଅନେକ ଅଞ୍ଚଳରେ ଜାନୁଆରି ମାସ ଅଧା ଯାଏଁ ଭିଷଣ ଥଣ୍ଡା ଅନୁଭୂତ ହେବ। କାଶ୍ମୀରରେ ଭୟଙ୍କର ବରଫପାତ ହେବାକୁ ଥିବାରୁ ଶ୍ରୀ ନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଏଣୁ ଏହି ଅଞ୍ଚଳକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ବିମାନ ସେବା ଓ ରେଳ ସେବା ମିଳିବାରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେବେ ଜମ୍ମୁ ସମେତ ଶ୍ରୀ ନଗର ଅଞ୍ଚଳରେ ଶୁକ୍ରବାରଦିନ ଏହି ବର୍ଷର ପ୍ରଥମ ତୁଷାରପାତ ହୋଇଥିଲା। ଡିସେମ୍ବର ୨୮ରୁ ୩୦ ମଧ୍ୟରେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ଅଞ୍ଚଳରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ଘୋଷଣା କରିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ହିମାଳୟ ପାଦଦେଶରେ ଥିବା ଅଞ୍ଚଳ ଗୁଡିକରେ ମଧ୍ୟ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ତାପମାତ୍ରା ସାଧାରଣ ଦିନ ଅପେକ୍ଷା ୨ରୁ ୩ ଡିଗ୍ରି ବଢିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking