ବିହାର: ବିହାର ରାଜନୀତିର ପାରା ଉପରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ ହୋଇପଡିବା ଖବର ଏବେ ରାଜନୀତିର ଯଜ୍ଞକୁଣ୍ଡରେ ଘିଅ ଢାଳିଛି । ଆଜି ହଠାତ ନୀତିଶ କୁମାର ଅସୁସ୍ଥ ହୋଇପଡିବା କାରଣରୁ ଗଣତନ୍ତ୍ର ଦିବସରେ ଥିବା ତାଙ୍କର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ତାଙ୍କୁ ଥଣ୍ଡା ଜ୍ୱର ହୋଇଥିବା ସୂଚନା ମିଳିଛି । ସେପଟେ ଜେଡିୟୁ ତରଫରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ପ୍ରଗତୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯଦି ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୂଧାର ନଆସେ ତେବେ ଏହା ପ୍ରଗତୀ ଯାତ୍ରା ଉପରେ ପ୍ରଭାବ ପକାଇବ । ଏହା ପୂର୍ବରୁ ମଧ୍ୟ ଡିସେମ୍ବର ୨୦ ତାରିଖରେ ନୀତିଶ କୁମାର ଅସୁସ୍ଥ ହୋଇପଡିଥିଲେ । ସେହି ସମୟରେ ପାଟନାରେ ଏକ ନିବେଶକ ସମାବେଶ ଚାଲିଥିଲା ।