25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶରଣବୀରଙ୍କ ପାଇଁ ଆଲିଆ ନିଜ ଅଭ୍ୟାସ ବଦଳାଇଦେଲେ

ରଣବୀରଙ୍କ ପାଇଁ ଆଲିଆ ନିଜ ଅଭ୍ୟାସ ବଦଳାଇଦେଲେ

ମୁମ୍ବାଇ : ବଲିଉଡ୍‌ର ପାଓ୍ବାରଫୁଲ କପଲ୍‌ମାନଙ୍କ ମଧ୍ୟରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। କାହିଁକି ନା ରଣବୀର ଏକ ସାକ୍ଷାତ୍‌କାରରେ ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଛି କହିଥିଲେ । ବିବାହ ପରେ ଉଭୟଙ୍କ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆଲିଆ କିପରି ନିଜର ବ୍ୟବହାର ଓ ଅଭ୍ୟାସରେ ଅନେକ ପରିବର୍ତ୍ତନ ଆଣିଥିଲେ ରଣବୀର କହିଥିଲେ ଏକ ଉଦାହରଣ ଦେଇ ରଣବୀର କହିଛନ୍ତି ।

ଆଲିଆଙ୍କର ପୂର୍ବରୁ ବଡ଼ ପାଟିରେ କଥା ହେବାର ଅଭ୍ୟାସ ଥିଲା। ସେ ବଡ଼ ପାଟିରେ କଥା ହେବା ଯୋଗୁ ତାଙ୍କୁ ଅସୁବିଧା ହୁଏ ବୋଲି ରଣବୀର ଆଲିଆଙ୍କୁ ଜଣାଇଥିଲେ। ତେଣୁ ଆଲିଆ ବଡ଼ ପାଟିରେ କଥା ହେବା ଅଭ୍ୟାସକୁ ବଦଳାଇଥିଲେ । ନିଜର ଏହି ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ତେବେ କୌଣସି ବ୍ୟକ୍ତିଙ୍କଠାରେ ୩୦ରୁ ଅଧିକ ବର୍ଷ ଧରି ରହିଆସିଥିବା ଅଭ୍ୟାସକୁ ବଦଳାଇବା ଏତେ ସହଜସାଧ୍ୟ ବ୍ୟାପାର ନୁହେଁ ବୋଲି ରଣବୀର ସ୍ବୀକାର କରିଛନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖ ସମୃଦ୍ଧିରେ ଭରିବା ପାଇଁ ଆଲିଆ କରୁଥିବା ପ୍ରୟାସକୁ ରଣବୀର ଖୁବ ପ୍ରଶଂସା କରୁଛନ୍ତି। ସେହିପରି ଆଲିଆଙ୍କ ଖୁସି ପାଇଁ ତାଙ୍କୁ ମଧ୍ୟ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ଏହି ସାକ୍ଷାତ୍‌କାରରେ ରଣବୀର ସ୍ବୀକାର କରିଛନ୍ତି।

ଦୀର୍ଘଦିନ ଧରି ରିଲେଶନ୍‌ଶିପରେ ରହିବା ପରେ ବଲିଉଡ୍‌ର ଏହି ଷ୍ଟାର ଯୋଡ଼ି ୨୦୨୨ ଏପ୍ରିଲ ୧୪ରେ ବିବାହ କରିଥିଲେ। ଉଭୟଙ୍କର ରାହା କପୁର ନାମ୍ନୀ ଶିଶୁ କନ୍ୟା ରହିଛନ୍ତି। ରଣବୀରଙ୍କୁ ଶେଷ ଥର ପାଇଁ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା। ଆସନ୍ତା ବର୍ଷ ସଞ୍ଜୟ ଲିଲା ଭଁସାଲୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଆଣ୍ଡ୍‌ ୱାର୍‌’ ଫିଲ୍ମରେ ଉଭୟ ଆଲିଆ ଓ ରଣବୀରଙ୍କ ସହ ଅଭିନେତା ଭିକି କୌଶଲ ନଜର ଆସିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking