31.1 C
Bhubaneswar
Wednesday, March 25, 2026
Homeଓଡିଶାବିପଦ ସଙ୍କେତ ଉପରେ ଜଳକା, ବୈତରଣୀ

ବିପଦ ସଙ୍କେତ ଉପରେ ଜଳକା, ବୈତରଣୀ

ବାଲେଶ୍ଵର: ଅବପାତ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଜଳେଶ୍ଵରରେ ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ ବାଲିଆପାଳ -ଜାମକୁଣ୍ଡାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେପଟେ ସୁବର୍ଣ୍ଣରେଖା ନଦୀ ମଧ୍ୟ ସତର୍କ ସୂଚନା ଟପିଛି।

ରାଜଘାଟରେ ସତର୍କ ସୂଚନା ୯.୪୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୦.୨୦ ମିଟର ରହିଛି। ବନ୍ୟା ଆଶଙ୍କା ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ରହିଛି ଜଳକା। ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୬.୮୩ ମିଟର ରହିଛି। ଅନ୍ୟପଟେ ଭଦ୍ରକ ଆଖୁଆପଦାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀ। ସତର୍କ ସୂଚନା ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୧୨ ମିଟର ରହିଛି। ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking