27.1 C
Bhubaneswar
Monday, September 16, 2024
Homeଦେଶ ବିଦେଶମଙ୍କିପକ୍ସକୁ ନେଇ ବିହାରରେ ଆଲର୍ଟ

ମଙ୍କିପକ୍ସକୁ ନେଇ ବିହାରରେ ଆଲର୍ଟ

ପାଟନା: ବିହାରରେ ‘ମଙ୍କିପକ୍ସ’କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ଡାକ୍ତରଖାନାକୁ ପରାମର୍ଶ ଜାରି କରାଯାଇଛି । ଏହି ଭାଇରାଲ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ସତର୍କତା ଜାରି ପରେ ପାଟନା ଜିଲ୍ଲା ପ୍ରଶାସନ ପ୍ରାଥମିକତା ଭିତ୍ତିରେ ଜୟ ପାଟନା ବିମାନବନ୍ଦରରେ ଏକ ସ୍ୱାସ୍ଥ୍ୟ ଡେସ୍କ ସ୍ଥାପନ କରିବାକୁ ସିଭିଲ ସର୍ଜନଙ୍କୁ କହିଛି । ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କୌଣସି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସିଭିଲ ସର୍ଜନଙ୍କୁ ଯାତ୍ରୀମାନଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି ।

ଗତ ୨୧ ଦିନ ମଧ୍ୟରେ ପାଟନା ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । କେନ୍ଦ୍ର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ପରେ ୨୪ ଘଣ୍ଟା ମଧ୍ୟରେ ବିମାନବନ୍ଦରରେ ଏକ ସ୍ୱାସ୍ଥ୍ୟ ଡେସ୍କ ସ୍ଥାପନ କରାଯିବ । ମଙ୍କିପକ୍ସର ଚିକିତ୍ସା ଏବଂ ଲକ୍ଷଣକୁ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା କିମ୍ବା ବାରମ୍ବାର ଯୋଗାଯୋଗରେ ଆସିବା ଦ୍ୱାରା ମଙ୍କିପକ୍ସ ବ୍ୟାପିଥାଏ । ଜ୍ୱର, ଚର୍ମ ଦାଗ (ମୁହଁରୁ ଆରମ୍ଭ କରି ହାତ, ପାଦ, ପାପୁଲି ଓ ପାଦ ପର୍ଯ୍ୟନ୍ତ), ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଥକ୍କାପଣ ଆଦି ଏହି ରୋଗର ଲକ୍ଷଣ ହୋଇପାରେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking