22.1 C
Bhubaneswar
Sunday, February 15, 2026
Homeଓଡିଶାଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି

ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି

ଭୁବନେଶ୍ଵର : ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି।

କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନର ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୧୪ ତାରିଖରେ ଭସାଣି ଅନୁଷ୍ଠିତ ହେବ। ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ। ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୬ଟି ବକ୍ସ ବଜାଇପାରିବେ। କିନ୍ତୁ ଡିଜେ ବଜାଇପାରିବେ ନାହିଁ। ଜୋରଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏତଲା ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking