29.1 C
Bhubaneswar
Monday, February 2, 2026
Homeଖେଳଟି - ୨୦ ସିରିଜ୍‌ରୁ ବାଦ୍ ପଡିଲେ ଅକ୍ଷର ପଟେଲ୍

ଟି – ୨୦ ସିରିଜ୍‌ରୁ ବାଦ୍ ପଡିଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଭାରତୀୟ ଦଳକୁ ବଡ ଝଟକା। ଟି – ୨୦ ସିରିଜ୍‌ରୁ ବାଦ୍ ପଡିଲେ ଅଲରାଉଣ୍ଡର ଅକ୍ଷର ପଟେଲ। ତାଙ୍କ ସ୍ଥାନରେ ଶାହବାଜ ଅହମ୍ମଦଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି – ୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ ଜିତି ଭାରତ ସିରଜିରେ ୨-୧ରେ ଆଗୁଆ ରହିଛି। ସିରିଜ୍‌ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ଲକ୍ଷ୍ନୌର ଏକାନା କିକ୍ରେଟ ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ କିକ୍ରେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟି – ୨୦ ମ୍ୟାଚ୍‌ରୁ ଅକ୍ଷର ପଟେଲଙ୍କ ବାଦ୍ ପଡିବା ନେଇ ଘୋଷଣା କରିଛି।

ବିସିସିଆଇ ସୂଚନା ଦେଇଛି ଯେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସିରିଜ୍‌ର ବାକି ଦୁଇଟି ମ୍ୟାଚ୍ ରୁ ବାଦ ଦିଆଯାଇଛି। ତଥାପି, ସେ ବର୍ତ୍ତମାନ ଲକ୍ଷ୍ନୌରେ ଦଳ ସହିତ ଅଛନ୍ତି, ସେଠାରେ ତାଙ୍କର ଆହୁରି ଡାକ୍ତରୀ ଯାଞ୍ଚ କରାଯିବ। ବଙ୍ଗଳାର ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଅକ୍ଷର ପଟେଲଙ୍କ ବଦଳି ସ୍ୱରୂପ ଟିମ୍ ଇଣ୍ଡିଆ ଦଳରେ ସ୍ଥାନ ଦିଆଯାଇଛି। ଶାହବାଜ ପୂର୍ବରୁ ଭାରତ ପାଇଁ ତିନୋଟି ଦିନିକିଆ ଏବଂ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି, କିନ୍ତୁ ନୀଳ ଜର୍ସି ପିନ୍ଧି ତାଙ୍କର ଶେଷ ପ୍ରଦର୍ଶନ ସେପ୍ଟେମ୍ବର ୨୦୨୩ରେ ଏସୀୟ କ୍ରୀଡା ସମୟରେ ହାଙ୍ଗଜୌରେ ଆଫଗାନିସ୍ତାନ ବିପକ୍ଷରେ ଥିଲା। ସେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଟି-୨୦ ଫର୍ମାଟରେ ଦୁଇଜଣ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ: 

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ ଅଧିନାୟକ), ଅଭିଷେକ ଶର୍ମା, ତିଲକ ର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର୍), ସଞ୍ଜୁ ସାମସନ (ୱିକେଟ୍ କିପର୍ ), ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking