21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବିଜେପିକୁ ଘେରିଲେ ଅଖିଳେଶ

ବିଜେପିକୁ ଘେରିଲେ ଅଖିଳେଶ

ନୂଆଦିଲ୍ଲୀ: ବିଜେପିକୁ ଘେରିଲେ ଅଖିଳେଶ । ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତ ମାଟିରେ ଚୀନର ଉପସ୍ଥିତି ରିପୋର୍ଟଠାରୁ ଆରମ୍ଭ କରି ଜାତିଜନଗଣନା ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ଅଖିଳେଶ ଯାଦବ କହିଛନ୍ତି ଯେ, ଚୀନ୍ ପ୍ରସଙ୍ଗରେ କଂଗ୍ରେସ ଦଳ ଏବଂ ବିଜେପି ମତ ରହିଛି ।  ଚୀନ୍ ଆମର ଜମି ଏବଂ ଆମର ବଜାରକୁ କବ୍ଜା କରିସାରିଛି । କିନ୍ତୁ ବିଜେପି ଏହାକୁ ଗ୍ରହଣ କରିବାକୁ ମନା କରୁଛି । ଅଖିଳେଶ କହିଥିଲେ ଯେ, ଗୋଟିଏ ସମୟରେ ଆମେ ଲକ୍ଷ ଲକ୍ଷ ଏକର ଜମି ହରାଇଥିଲୁ ଏବଂ ଏବେ ବିଜେପି ସମାନ ରାସ୍ତାରେ ଆଗକୁ ବଢ଼ୁଛି । ଜମି ହରାଇବା ସତ୍ତ୍ୱେ, ବିଜେପି କହୁନାହିଁ ଯେ, ଚୀନ୍ ଏହାକୁ କବଜା କରିଛି । ଅନ୍ୟପଟେ ଯଦି ଚୀନ୍ ଜମି କବଜା କରିନାହିଁ, ତେବେ ଏପରି ଖବର ପ୍ରସାରଣ କରୁଥିବା ଖବରକାଗଜ ଏବଂ ଚ୍ୟାନେଲଗୁଡ଼ିକ ବିରୁଦ୍ଧରେ ଏଫଆଇଆର ରୁଜୁ କରି, ସେମାନଙ୍କୁ ଜେଲ ପଠାଅ ବୋଲି କହିଛନ୍ତି ଅଖିଳେଶ । ସେପଟେ ଜାତିଗତ ଜନଗଣନା ବିଷୟରେ ଉଲ୍ଲେଖ କରି ଅଖିଳେଶ କହିଛନ୍ତି, ଦେଶରେ ଜାତିଜନଗଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ଏହାକୁ ବିରୋଧ କରୁଥିବା କଂଗ୍ରେସ ଏବେ ଏହାକୁ ଦାବି କରୁଛି। ଯଦି କଂଗ୍ରେସ ପୂର୍ବରୁ ଏହି ଜନଗଣନାକୁ ସମର୍ଥନ କରିଥାନ୍ତା, ତେବେ ଏବେ ଏହି ପ୍ରସଙ୍ଗ ଉଠାଇ ନଥାନ୍ତା । ଅଖିଳେଶ କହିଛନ୍ତି ଯେ, ମୁଁ କଂଗ୍ରେସକୁ କହିବାକୁ ଚାହୁଁଛି ଯେ ଆମେ ତୁମର ଅଂଶୀଦାର ଏବଂ ଏହି ପ୍ରସଙ୍ଗରେ ଆମେ ତୁମ ସହିତ ଅଛୁ ଏବଂ ଭବିଷ୍ୟତରେ ମଧ୍ୟ ତୁମକୁ ସମର୍ଥନ କରିବୁ । ଏବେ ଜାତି ଜନଗଣନାକୁ କେହି ରୋକିପାରିବେ ନାହିଁ । ଆଉ ଏକ ବଡ଼ ପ୍ରଶ୍ନ ଉଠିଛି, ଚାକିରି ଏବଂ ନିଯୁକ୍ତି କ୍ଷେତ୍ରରେ ଭାରତର ଉତ୍ପାଦନ କ୍ଷେତ୍ରକୁ କିପରି ପ୍ରୋତ୍ସାହିତ କରାଯିବ । ଚୀନ୍ କେବଳ ଗୋଟିଏ ସ୍ଥାନରେ ଆମ ଉପରେ ଆକ୍ରମଣ କରୁନାହିଁ, ବରଂ ଆମର ଜମି ଏବଂ ନିଯୁକ୍ତି ମଧ୍ୟ ଛଡ଼ାଇ ନେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking