29.1 C
Bhubaneswar
Tuesday, February 10, 2026
Homeଓଡିଶାଜାଗରଯାତ୍ରା ପାଇଁ ସଜେଇ ହେଲାଣି ଆଖଣ୍ଡଳମଣିଙ୍କ ପୀଠ

ଜାଗରଯାତ୍ରା ପାଇଁ ସଜେଇ ହେଲାଣି ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: ଭଦ୍ରକ ଆରଡି ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ପ୍ରସ୍ତୁତି । ସଜେଇ ହେଲାଣି ମୁଖ୍ୟ ମନ୍ଦିର ସହ ବେଢ଼ା ପରିସର । ଚିତ୍ରକାର ସେଵାକାରୀଙ୍କ ପକ୍ଷରୁ ଦିନରାତି ଚାଲିଛି ରଙ୍ଗ କାର୍ଯ୍ୟ। ସେହିପରି ଚଳିତବର୍ଷ ମନ୍ଦିର ପରିସର ଓ ପୀଠକୁ ଆକର୍ଷଣୀୟ ଆଲୋକ ସଜ୍ଜା କରାଯିବ ବୋଲି ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟଵୋର୍ଡ ଟ୍ରଷ୍ଟି ସୈାରଭ ଚକ୍ରଵର୍ତ୍ତୀ କହିଛନ୍ତି। ଜାଗରଯାତ୍ରା ପାଇଁ ୨ୟ ସମନ୍ଵୟ ଵୈଠକ ଅନୁଷ୍ଠିତ ହୋଇଛି। ଜାଗରଯାତ୍ରାରେ ବ୍ୟାପକ ପୋଲିସ ମୁତୟନ ସହ ସିସିଟିଭି କ୍ୟାମେରା ଓ ଡ୍ରୋନର ବ୍ୟବହାର କରାଯିବ।ଜାଗରଯାତ୍ରା ଦିନ ଭୋର ୪ଟାରେ ମନ୍ଦିର ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେଵ ।ସଂଧ୍ୟାରୁ ୪ପ୍ରହର ମହାସ୍ନାନ ସହ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ପରେ ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking