27.1 C
Bhubaneswar
Monday, June 9, 2025
Homeଓଡିଶାମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ

ମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ । ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲିଆନ୍ସ ଜିଓର ପ୍ରତିଷ୍ଠାତା ମୁକେଶ ଅମ୍ବାନୀ ବଡ ପୁଅ ଆକାଶ ଅମ୍ବାନୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ୱାଦ ନେଇଛନ୍ତି ।  ସିଂହଦ୍ଵାର ଥାନା ପାଖରେ ଆକାଶ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିବା ବେଳେ କଡା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ।

ତାଙ୍କ କୌଳିକପଣ୍ଡା ଜଗନ୍ନାଥ କର ଆକାଶ ଅମ୍ବାନୀଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ସମେତ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରି ସେ ବେଶ ଖୁସି ପ୍ରକଟ କରିଥିଲେ ବୋଲି ତାଙ୍କ କୌଳିକପଣ୍ଡା କହିଛନ୍ତି । ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା ତେଣୁ ବିଳମ୍ବିତ ରାତିରେ ସଂଧ୍ୟା ଧୂପ ସମୟରେ ଆକାଶ ଅମ୍ବାନୀ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking