19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା: ତଦନ୍ତ କରିବ ୩ ଜଣିଆ ଟିମ୍‌

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା: ତଦନ୍ତ କରିବ ୩ ଜଣିଆ ଟିମ୍‌

ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ତଦନ୍ତ କରିବ ୩ ଜଣିଆ ଟିମ୍‌। ତଦନ୍ତ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ତିନି ଜଣିଆ ଦଳ ଗଠନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଏଆଇବି ଟିମ୍‌ ସହିତ ଡିଜିସିଏର ମୁମ୍ବାଇ କାର୍ଯ୍ୟାଳୟ ତିନିଜଣିଆ ଦଳ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଏଥିରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ସ୍ବଚ୍ଛ ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ କରିବାକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟରେ କୁହାଯାଇଛି। ତଦନ୍ତକାରୀମାନେ ବିମାନ ଦୁର୍ଘଟଣା ସମୟରେ ଦୃଶ୍ୟମାନତା, ପାଇଲଟ୍‌ଙ୍କ ନିଷ୍ପତ୍ତି ଏବଂ ବାରାମତି ବିମାନକ୍ଷେତ୍ରର କାର୍ଯ୍ୟକ୍ଷମ ଦକ୍ଷତା ଉପରେ ଗୁରୁତ୍ବ ଦେଇ ତଦନ୍ତ କରିବ। ବିମାନ ଦ୍ୱିତୀୟ ଅବତରଣ ପ୍ରୟାସ ସମୟରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ବିମାନ ଦୁର୍ଘଟଣା ପରେ ଭାରତୀୟ ବାୟୁସେନାର ଏକ ଦଳ ସେଠାରେ ମୁତୟନ କରାଯାଇଛି। ବାରାମତି ବିମାନ ଅବତରଣ ପଡ଼ିଆ ଅନିୟନ୍ତ୍ରିତ ଭାବେ ଥିବାବେଳେ ଏଠାରେ ବିମାନ ଚାଳନା ଉପକରଣ, ଅଗ୍ନିଶମ ସେବା କିମ୍ବା ଉପଯୁକ୍ତ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସେବା ବ୍ୟବସ୍ଥା ନାହିଁ। ବାୟୁସେନା ଦଳ ମୁତୟନ ପରେ ବର୍ତ୍ତମାନ ପାଇଁ ସେଠାରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ଏବଂ ପାଣିପାଗ ସେବା ଯୋଗାଇ ଦେଉଛି। ସୂଚାନଯୋଗ୍ୟ, ଗତକାଲି ସକାଳ ୮ଟା ସମୟରେ ପାୱାରଙ୍କ ବିମାନ ସକାଳ ୮ଟା ସମୟରେ ମୁମ୍ବାଇରୁ ଉଡାଣ ଆରମ୍ଭ କରିଥିଲା । ୮ଟା ୪୫ ମିନିଟ୍‌ରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ । ଏହି ଗୁରୁତର ଦୁର୍ଘଟଣାରେ ପାୱାର ଏବଂ ବିମାନର ପାଇଲଟ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ସମେତ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking