21.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଷଷ୍ଠଥର  ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅଜିତ ପାଓ୍ୱାର

ଷଷ୍ଠଥର  ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅଜିତ ପାଓ୍ୱାର

ନୂଆଦିଲ୍ଲୀ : ଆଜିଠୁ ମହାରାଷ୍ଟ୍ରରେ ସରକାର ଗଢିବ  ମହାୟୁତି ମେଣ୍ଟ । ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲାବେଳେ ଏକନାଥ ସିଂଦେଓ ଏବଂ ଅଜିତ ପାଫ୍ୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଏହାରି ଭିତରେ ଏନ୍‌ସିପି ନେତା ଅଜିତ ପାଓ୍ୱାର ରେକର୍ଡ କରିବାକୁ ଯାଉଛନ୍ତି। ସେ ଷଷ୍ଠ ଥର ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନାଁରେ ମହାରାଷ୍ଟ୍ର ରାଜନୀତି ଇତିହାସରେ ନୂଆ ରେକର୍ଡ ଯୋଡି ହେବାକୁ ଯାଉଛି। ବୁଧବାର ମହାୟୁତି ପକ୍ଷରୁ ସାମ୍ବିଦିକ ସମ୍ମିଳନୀ ହୋଇଥିଲା। ଏଥିରେ ସିନ୍ଦେ ଏବଂ ପାଓ୍ୱାର ଗୁରୁବାର ଡେପୁଟି ସିଏମ୍ ଭାବେ ଶପଥ ନେବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା।  ମାତ୍ର ଏହାର ତୁରନ୍ତ ଜବାବ ଦେଇଥିଲେ ଅଜିତ୍ ପାଓ୍ୱାର। ସେ କହିଥିଲେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବି। ବର୍ତ୍ତମାନ ସମୟରେ ୧୪ ରାଜ୍ୟରେ ୨୩ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଭାବେ ଅନୁଗ୍ରହ ନାରାୟଣ ସିହ୍ନା ଶପଥ ନେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking