ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପ୍ରଧାମନ୍ତ୍ରୀ ଅଜିତ ପାୱାରଙ୍କ ସହ ଥିବା ଏକ ଫଟୋ ସେୟାର କରି ଶୋକ ପ୍ରକାଶ କରିଛନ୍ତି । ଅଜିତ ପାୱାରଙ୍କୁ ଲୋକଙ୍କ ନେତା କହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ମହାରାଷ୍ଟ୍ରର ବିକାଶ ପାଇଁ ଅଜିତ ପ୍ରତିବଦ୍ଧ ଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଓ ଅପୂରଣୀୟ କ୍ଷତି । ସୂଚନାଥାଉକି,ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।










