27.1 C
Bhubaneswar
Friday, October 18, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ମୃତ୍ୟୁ ” ଏମିତି ଜଣେ କୁଣିଆଁ
ଯାହା ଦୁଆରକୁ ଆସିଲେ ତାକୁ ଫେରେଇ ଦବାର କ୍ଷମତା ଏ ଦୁନିଆରେ କୌଣସି ଲୋକର ନାହିଁ ।

ସ୍ମୃତି ଏକ ସତ ଇତିହାସ ପରି ହୃଦୟରେ ରହିଥାଏ..ମନେ ପଡେ ଯେବେ ସେ ସ୍ମୃତି ବହୁତ କିଛି ଶିଖେଇ ଦେଇଯାଏ, କେତେବେଳେ ବହୁତ ହସାଏ ତ କେତେବେଳେ ଆଖିରେ ଲୁହ ଦେଇଯାଏ..ସ୍ମୃତି ହିଁ ତ ଏମିତି ଏକ ମଞ୍ଜି ଯାହା ହୃଦୟରେ ସାଇତି ହୋଇ ରହିଯାଏ, ମଣିଷ ତ ଆଜି ଅଛି, କାଲି ଚାଲିଯାଏ, ସମୟର ସାଥିରେ ସବୁ ବହିଯାଏ, କେବଳ ସ୍ମୃତି ଯେ ସାଙ୍ଗରେ ରହିଯାଏ, ସେଥିପାଇଁ ତ ଯେବେ ଆସେ କେବେ ଲୁହ ତ ପୁଣି କେବେ ଖୁସି ଦେଇଯାଏ ।

କାହାର ଉପକାର କରିବା ପାଇଁ ସମ୍ପର୍କ ନୁହେଁ ନିଜ ଭିତରେ ଗୋଟିଏ ନିଃସ୍ବାର୍ଥ ମନ ଥିବା ଆବଶ୍ୟକ ।*

ଗୋଟିଏ ଟନ୍ କଷ୍ଟ ଉଠାଇବାପାଇଁ ଗୋଟିଏ ଆଉନ୍ସ ସାହସ ଆବଶ୍ୟକ I ସଂକଟ ସମୟରେ ସାହସ ରଖିବା ହିଁ ସବୁଠାରୁ ଭଲ ଉପାୟ I ତେଣୁ ସର୍ବଦା ନିଜର ସାହସ ସଂଚୟ କରିବା ଶିଖନ୍ତୁ I*

ଯଦି କେହି ଜଣେ ପଚାରେ ତୁମର Best Friend କିଏ ? ମୁଁ କହିବି ” ଯିଏ କେବେ ବି ଅନ୍ୟ ପାଇଁ ମତେ Avoid କରିବ ନାହିଁ “। .
ନୀରବତା ଠାରୁ ପ୍ରଚଣ୍ଡ ଶବ୍ଦ ବିଶ୍ଵ ରେ ନାହିଁ, ଯଦି ଆପଣଙ୍କ ନୀରବତା କୁ କେହି ଜଣେ ବୁଝିପାରିଛି… ତେବେ ସେ କେବେହେଲେ ଆପଣଙ୍କୁ ଭୁଲ ବୁଝିବ ନାହିଁ….

ଅଦ୍ୟ ଜୁଲାଇ ମାସ ୨୪ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ଦିବା ଘ୦୭/୪୬ ଗତେ ଚତୁର୍ଥୀ
ନକ୍ଷତ୍ର- ଶତଭିଶା ରାତ୍ରି ଘ୦୭/୦୬ ଗତେ ପୂର୍ବ ଭାଦ୍ର
ଚନ୍ଦ୍ର- କୁମ୍ଭ
ଯୋଗ- ସୌଭାଗ୍ୟ
କରଣ – ବିଷ୍ଟି
ସୌରମାସ- କର୍କଟ ୦୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୧୪
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ ୦୭/୪୮ ଗତେ ଦକ୍ଷିଣେ
ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୩୮ ଗତେ ଘ୧୦/୧୫ ମଧ୍ୟେ
ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୦ ମଧ୍ୟେ
ମୃତେ ରାତ୍ରି ଘ୦୭/୦୮ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ୦୭/୦୦ ମଧ୍ୟେ ଓ ରାତ୍ରି ୦୭/୦୯ ଗତେ ଘ୦୯/୩୫ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ୦୩/୪୮ ଗତେ ଘ୦୫/୨୫ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଟଳ ଦିବା ଘ୭/୪୮ ଗତେ ମୂଳା ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
✧═════•❁❀❁•═════✧
ବୃଷ
: ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
✧═════•❁❀❁•═════✧
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
✧═════•❁❀❁•═════✧
ସିଂହ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
✧═════•❁❀❁•═════✧
କନ୍ୟା
: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

✧═════•❁❀❁•═════✧
ତୁଳା
: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
✧═════•❁❀❁•═════✧
ବିଛା
: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
✧═════•❁❀❁•═════✧
ଧନୁ
: ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════✧
ମକର
: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
✧═════•❁❀❁•═════✧
କୁମ୍ଭ
: ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
✧═════•❁❀❁•═════✧

ମୀନ :
ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking