27.1 C
Bhubaneswar
Sunday, June 30, 2024
Homeଓଡିଶାଆଜିର ଅନୁଚିନ୍ତl

ଆଜିର ଅନୁଚିନ୍ତl

ସ୍ମୃତି ନେଇ ବଞ୍ଚି ରହିବାଠୁ ସ୍ବପ୍ନ ନେଇ ବଞ୍ଚି ରହିବା ଅନେକ ଭଲ କାରଣ ସ୍ମୃତି ମଣିଷକୁ କଷ୍ଟ ଦିଏ ଆଉ କନ୍ଦାଏ କିନ୍ତୁ ସ୍ବପ୍ନ ମଣିଷକୁ ନୂଆ କିଛି ଆଶା ଦେଖାଏ । କଷ୍ଟ ଏମିତି ଗୋଟିଏ ଜିନିଷ ଯାହା କେବଳ ନିଜକୁ ବହନ କରିବାକୁ ପଡିଥାଏ କେହି ଏହାର ଭାଗ ନେବାକୁ ଚାହାଁନ୍ତି ନାହିଁ । ମଣିଷ ନିଜେ ଭୁଲ୍ କରିଥାଏ ଆଉ ସେ ଭୁଲ୍ କୁ ସହଜରେ ଭୁଲି ଯାଏ କିନ୍ତୁ ଅନ୍ୟର ଭୁଲ୍ କୁ ଗୋଟି ଗୋଟି ମନେ ରଖିଥାଏ ।ଖୁସି ରହିବାର ସହଜ ଉପାୟ “ଭରଷା” ନିଜ ଉପରେ ରଖ ଅନ୍ୟ ଉପରେ ନୁହେଁ । _
ସମସ୍ତେ ଦେବା ପାଇଁ ପସନ୍ଦ କରନ୍ତି କିନ୍ତୁ କେହି ନେବା ପାଇଁ ପସନ୍ଦ କରନ୍ତି ନାହିଁ ।_

ସଂସାରର ଆବଶ୍ଯକତା ନିୟମ ଅନୁସାରେ ଚାଲିଥାଏ।ଶୀତ ଦିନେ ସୂର୍ଯ୍ୟଙ୍କୁ ଅପେକ୍ଷା ଆଉ ଖରାଦିନେ ତିରସ୍କାର କରାଯାଏ।ତେଣୁ ଲୋକଙ୍କ ପାଖରେ ଆପଣଙ୍କ ମୂଲ୍ଯ ଆବଶ୍ଯକତା ଅନୁସାରେ ହୋଇଥାଏ।*
ଏଇ ଦୁନିଆଁରେ ଗୋଟିଏ ହାତରେ ତାଳି ବାଜେନା ଦୁଇଟି ହାତର ଆବଶ୍ୟକ ହୋଇଥାଏ । ତୁମେ ନିଜର ଭୁଲ୍ କୁ ଲୁଚେଇ ବାକୁ ଯାଇ ଅନ୍ୟକୁ ଦୋଷୀ କରନା ହୁଏତ ତୁମେ ଏ ଦୁନିଆଁ ଦାଣ୍ଡରେ ଦୋଷ ମୁକ୍ତ ହୋଇ ପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ।
ଆମେ ଯାହାକୁ Help କରିବା ଏହାର କିଛି ମାନେ ନାହିଁ ଯେ ସେ ବି ଆମକୁ Help କରିବ, ଯଦି ଆମେ ଦୁଇ ହାତରେ କାହାକୁ Help କରିଥିବା,ଭଗବାନ ଶହେ ହାତରେ ଆମକୁ Help କରିବାକୁ Sure କାହାକୁ ନା କାହାକୁ ପଠାଇବେ । ଏଥିରେ କୌଣସି ବି ଶଙ୍କା ନାହିଁ।

ଅଦ୍ୟ ଜୁନ୍ ମାସ ୨୮ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ଦିବା ଘ ୦୪/୪୪ ଗତେ ଅଷ୍ଟମୀ
ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୧୧/୦୨ ଗତେ ଉତ୍ତରଭାଦ୍ର
ଚନ୍ଦ୍ର-କୁମ୍ଭ ପ୍ରା ଘ୦୫/୨୩ ଗତେ ମୀନ
ଯୋଗ- ସୌଭାଗ୍ୟ
କରଣ – ବିଷ୍ଟି
ସୌରମାସ- ମିଥୁନ ୧୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯
*✧═════•❁❀
ଯୋଗିନୀ ବାୟବ୍ୟେ ଦିବା ଘ୦୪/୪୪ ଗତେ ଐଶାନ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶିର ଘାତଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୩୩ ଗତେ ଘ୧୧/୫୧ ମଧ୍ୟେ
ଅଦ୍ୟ ମୃତେ ଦ୍ଵିପାଦ ଦୋଷ ଓ ଦିବା ୧୧/୦୨ଗତେ ଦିବା ଘ୦୪/୪୪ ମଧେ ଏକପାଦ ପୁଷ୍କରଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୫୨ଗତେ ଘ୦୨/୦୪ମଧ୍ୟେ ଓ ଘ୦୮/୫୦ ଗତେ ଘ୧୧/୪୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୩ ଗତେ ଘ୦୬/୫୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଦିବା ଘ୦୪/୪୪ ଗତେ ନଡ଼ିଆ ଭକ୍ଷଣ ନିଷେଧ

ଆଜିର ରାଶିଫଳ
✧═════•❁❀❁•═════✧
ମେଷ :
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।*
✧═════•❁❀❁•═════✧
ବୃଷ :
ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
✧═════•❁❀❁•═════✧
ମିଥୁନ :
ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
✧═════•❁❀❁•═════✧
କର୍କଟ:
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।*
✧═════•❁❀❁•═════✧
ସିଂହ :
ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
✧═════•❁❀❁•═════✧
କନ୍ୟା:
ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।*
✧═════•❁❀❁•═════✧
ତୁଳା :
ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।*
✧═════•❁❀❁•═════✧
ବିଛା :
କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।*
✧═════•❁❀❁•═════✧

ଧନୁ :
ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।*
✧═════•❁❀❁•═════✧
ମକର :
ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।*
✧═════•❁❀❁•═════✧
କୁମ୍ଭ :
ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
✧═════•❁❀❁•═════✧
ମୀନ :
କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking