30.1 C
Bhubaneswar
Sunday, June 30, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଧରାପଡ଼ିଯିବ କି କେବେ କାଳେ
ଏ ଚିନ୍ତା ମନେ ମନେ ଭାଳେ
ମନ ହୋଇଲେ ସଦା ଘାଣ୍ଟି
ବିଶ୍ବାସ ଯାଏ ଶୀଘ୍ର ତୁଟି ।

କୁସଙ୍ଗ କୋଇଲା ପରି……
ଗରମ୍ ହେଲେ ହାତ ଜଳାଇ ଦିଏ, ଥଣ୍ଡା ହେଲେ କଳା କରିଦିଏ ।

ଏଇ ଦୁନିଆଁରେ ଗୋଟିଏ ହାତରେ ତାଳି ବାଜେନା ଦୁଇଟି ହାତର ଆବଶ୍ୟକ ହୋଇଥାଏ । ତୁମେ ନିଜର ଭୁଲ୍ କୁ ଲୁଚେଇ ବାକୁ ଯାଇ ଅନ୍ୟକୁ ଦୋଷୀ କରନା ହୁଏତ ତୁମେ ଏ ଦୁନିଆଁ ଦାଣ୍ଡରେ ଦୋଷ ମୁକ୍ତ ହୋଇ ପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ ।

ଆମେ ଯାହାକୁ Help କରିବା ଏହାର କିଛି ମାନେ ନାହିଁ ଯେ ସେ ବି ଆମକୁ Help କରିବ, ଯଦି ଆମେ ଦୁଇ ହାତରେ କାହାକୁ Help କରିଥିବା,ଭଗବାନ ଶହେ ହାତରେ ଆମକୁ Help କରିବାକୁ Sure କାହାକୁ ନା କାହାକୁ ପଠାଇବେ । ଏଥିରେ କୌଣସି ବି ଶଙ୍କା ନାହିଁ ।
ଯେତେବେଳେ ଆପଣ ଏକା ଥାଆନ୍ତି ନିଜ ମନକୁ ସଂଯମ କରନ୍ତୁ….
ଏବଂ
ଯେତେବେଳେ ଆପଣ ଲୋକମାନଙ୍କ ସହ ଥାଆନ୍ତି ନିଜ ଶବ୍ଦକୁ ସଂଯମ କରନ୍ତୁ….

ଓଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ୟ ଜୁନ୍ ମାସ ୨୭ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ରାତ୍ରି ଘ ୦୬/୫୪ ଗତେ ସପ୍ତମୀ
ନକ୍ଷତ୍ର- ଶତଭିଷା ଦିବା ଘ ୧୨/୨୬ ଗତେ ପୂର୍ବଭାଦ୍ର
ଚନ୍ଦ୍ର-କୁମ୍ଭ
ଯୋଗ- ଆୟୁଷ୍ମନ୍
କରଣ – ଗର
ସୌରମାସ- ମିଥୁନ ୧୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୯
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୬/୫୪ ଗତେ ବାୟବ୍ୟେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୩/୦୭ ଗତେ ଘ୦୬/୨୫ ମଧ୍ୟେ
ଅଦ୍ୟ ମୃତେ ଘ ୦୬/୫୪ ଗତେ ଏକପାଦ ଓ ରାତ୍ରି ଘ୦୬/୫୪ ଗତେ ଦ୍ଵିପାଦ ପୁଷ୍କରଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୧୩ ଗତେ ଘ୦୯/୩୮ମଧ୍ୟେ ଓ ଘ୧୨/୫୦ ଗତେ ଘ୦୩/୧୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୨ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୦/୫୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════✧
ବୃଷ
କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════✧
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════✧
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════✧
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════✧
କନ୍ୟା
ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════✧
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════✧
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════✧
ଧନୁ
ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════✧
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════✧
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════✧
ମୀନ
ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking