16.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମନୁଷ୍ୟର ମନ ଆଉ ଉଦ୍ଧେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର ।
ପ୍ରତ୍ୟେକ ସଫଳତା ପଛରେ ଜଣେ ନାରୀର ଅବଦାନ ଥାଏ ।ସେ ମାଆ ହୁଅନ୍ତୁ ବା ସ୍ତ୍ରୀ କିମ୍ବା ଭଲ ସାଙ୍ଗଟିଏ ।

ରୂପ ଠାରୁ ଚରିତ୍ର ବଡ,ପ୍ରେମ ଠାରୁ ତ୍ଯାଗ ବଡ ଓ ଧନ ଠାରୁ ମାନବିକତା ବଡ ।ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।

“ପରିଶ୍ରମର ଫଳ”ଆଉ “ସମସ୍ଯାର ସମାଧାନ ” ଡେରିରେ ମିଳିଥାଏ କିନ୍ତୁ ନିଶ୍ଚିତ ମିଳିଥାଏ ।

ଯିଏ ଆସିବାକୁ ଚାହେଁ ତା’ପାଇଁ ବାଟ ଅଭାବ ନାହିଁ ଆଉ ଯିଏ ଯିବାକୁ ଚାହେଁ ତା’ପାଇଁ ବାହାନା ଅଭାବ ନାହିଁ ।

Misunderstanding ଏମିତି ଏକ ଜିନିଷ ଯାହା ଅତି ନିବିଡ଼ ସମ୍ପର୍କକୁ ବି ଭାଙ୍ଗି ଦେଇପାରେ

କେହିଜଣେ ମାଠିଆକୁ ପଚାରିଲା ତୁମେ ସବୁବେଳେ ଏତେ ଶୀତଳ କିପରି ରହୁଛ ମାଠିଆ ହସି କହିଲା ଯାହାର ଭୂତ ଭବିଷ୍ୟତ ଓ ବର୍ତ୍ତମାନ ସବୁ ମାଟିରେ ଗଢ଼ା ସେଥିରେ ଏତେ ଗର୍ଵ ଓ ଅହଙ୍କାର କଣ ପାଇଁ ।
ଶୂନ ଭଳି ହେବା,ଭଳି ହେବାକୁ ଚେଷ୍ଟା କରନ୍ତୁ କାହିଁକିନା ଶୂନର ନିଜ ପାଇଁ କୌଣସି ମୂଲ୍ୟ ନଥାଏ,କିନ୍ତୁ ସେ ଯାହା ସହିତ ମିଶିଯାଏ,ତାହାର ମୂଲ୍ୟକୁ ବହୁ ଗୁଣରେ ବଢ଼ାଇ ଦେଇଥାଏ ।
ମୋବାଇଲ ସଭିଙ୍କର ଅଛି,କିନ୍ତୁ ‘କେମିତି ଅଛ’ ପଚାରିବା ମଣିଷ ଦୁର୍ଲଭ।
ମନୁଷ୍ୟତା ଯେଉଁଠାରେ ଅଛି, ସେଠାରେ ସଦା ସମ୍ମାନ ମିଳିଥାଏ।
ଯଦି କେହି ଆମର ଭୁଲକୁ ଦେଖାନ୍ତି, ତେବେ ତାଙ୍କ ଉପରକୁ ରାଗିବା ପରିବର୍ତ୍ତେ ଖୁସି ହେବା ଉଚିତ୍….
କାରଣ
କେହି ଜଣେ ଅଛନ୍ତି ଯିଏକି ଆମକୁ ସମ୍ପୂର୍ଣ ଭୁଲ ମୁକ୍ତି କରିବା ପାଇଁ ନିଜର ସମୟ ଦେଇଛନ୍ତି…

ଅଦ୍ୟ ନଭେମ୍ବର ମାସ ୦୪ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୨୦/୨୮ ଗତେ ପୂର୍ଣ୍ଣିମା
ନକ୍ଷତ୍ର-ରେବତୀ ଦିବା ଘ୦୧/୦୨ ଗତେ ଅଶ୍ଵିନୀ
ଚନ୍ଦ୍ର- ମୀନ ଦିବା ଘ୦୧/୦୨ ଗତେ ମେଷ
ଯୋଗ- ବଜ୍ର
କରଣ – ଗର
ସୌରମାସ- ତୁଳା ୧୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୧୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୫୦
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ୧୦/୨୮ ଗତେ ବାୟବ୍ୟେ
ଧନୁ ଓ ମେଷ ରାଶିର ଘତଚନ୍ଦ୍ର
ମକର ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୧୨/୫୪ଗତେ ଘ୦୨/୨୨ମଧ୍ୟେ
ବାରବେଳା- ଦିବା ଘ୦୭/୧୮ ଗତେ ଘ୦୮/୪୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୧ ମଧ୍ୟେ ଓ ଘ୦୮/୪୬ ଗତେ ଘ୧୧/୩୨ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ୦୮/୨୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୫/୧୧ ଗତେ ଘ୦୭/୩୧ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବିରି ଭକ୍ଷଣ ନିଷେଧ ✧═════•❁❀❁•═════
ମେଷ
ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।
✧═════•❁❀❁•═════
ବୃଷ
ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।
✧═════•❁❀❁•═════
ମିଥୁନ
ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ
✧═════•❁❀❁•═════
କର୍କଟ
ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
✧═════•❁❀❁•═════
ସିଂହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ
✧═════•❁❀❁•═════
କନ୍ୟା
ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
✧═════•❁❀❁•═════
ତୁଳା
ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
✧═════•❁❀❁•═════
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।
✧═════•❁❀❁•═════
ଧନୁ
ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
✧═════•❁❀❁•═════
ମକର
ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।
✧═════•❁❀❁•═════

କୁମ୍ଭ
ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
✧═════•❁❀❁•═════

ମୀନ
କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking