16.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯଦି ତୁମେ କେବେ କାହାର ବିଶ୍ୱାସକୁ ଥରେ ଭାଙ୍ଗିବ,ତେବେ ତୁମେ ସେମାନଙ୍କ ଠାରୁ ଭଲ ବ୍ଯବହାର ଓ ସମ୍ମାନ ଗ୍ରହଣ କରିବାରେ ସମର୍ଥ ହେବ ନାହିଁ।

ଯଦି ଆମେ ଆମର ଶକ୍ତି କାହାର ହିତ ପାଇଁ ବ୍ୟବହାର କରିପାରିବା ନାହିଁ, ତେବେ ସେହି ଶକ୍ତି ଆମ ପାଇଁ ଦିନେ ଅସୁବିଧାର ପର୍ବତ ସୃଷ୍ଟି କରିପାରେ।

ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟପାତ୍ର ହେବା ଅପେକ୍ଷା ଠିକ୍ କଥାକୁ ସମର୍ଥନ କରି ସମସ୍ତଙ୍କ ଅପ୍ରିୟ ହେବା ଶତେ ଗୁଣ ଭଲ।

ଅନ୍ୟକୁ କ୍ଷମା କରିଦେବା ଆଉ ସବୁ କ୍ଷେତ୍ରରେ କ୍ଷମା ମାଗିନେବାଏମିତି ଏକ ଚମତ୍କାର ଶକ୍ତି,ଯାହା ସମସ୍ତଙ୍କ ପାଖରେ ନଥାଏ।

ଅନ୍ୟର ଭାବନାକୁ ସହଜ ଭାବରେ ବୁଝିବା ପାଇଁ ଆମକୁ ନିଜ ଭିତରେ ସେହି ଭାବନା ଜାଗ୍ରତ କରିବାକୁ ପଡ଼େ; ଠିକ୍ ସେହିପରି ପରମାତ୍ମାଙ୍କୁ ସମ୍ପୂର୍ଣ୍ଣ ଭାବେ ଜାଣିବା ପାଇଁ ପ୍ରଥମେ ଆମକୁ ତାଙ୍କ ପରି ପବିତ୍ର ହେବା ସହିତ ଦୈବୀ ଗୁଣଗୁଡ଼ିକୁ ନିଜ ଜୀବନରେ ଧାରଣ କରିବାକୁ ପଡ଼ିବ।
ଯଦି କିଛି ସହନ କରିବାକୁ ଚାହାଁନ୍ତି ତେବେ ଖୁସିର ସହିତ ସହନ୍ତୁ, ବାଧ୍ୟବାଧକତାରେ ନୁହେଁ; ତେବେ ଯାଇ ଆପଣଙ୍କୁ ସହନଶୀଳ କୁହାଯିବ।
ସମଗ୍ର ବିଶ୍ୱବାସୀ ଦୁଃଖ ସମୟରେ ଭଗବାନଙ୍କୁ ସ୍ମରଣ କରନ୍ତି– ଏହାର ଗଭୀର ଅର୍ଥ ହେଉଛି ନିଶ୍ଚୟ ପରମପିତା ପରମାତ୍ମା ଧରିତ୍ରୀକୁ ଅବତରଣ କରି ସମସ୍ତଙ୍କୁ ଦୁଃଖର ବନ୍ଧନରୁ ମୁକ୍ତି ଦେଇଥାନ୍ତି ।

ରାଜଯୋଗ ଧ୍ୟାନର ଅଭ୍ୟାସ ହେଉଛି ଆନ୍ତରିକ ବିଶ୍ରାମ ଆଧ୍ୟାତ୍ମିକ ପୁନରୁଦ୍ଧାରର ଶ୍ରେଷ୍ଠ ମାର୍ଗ, ଯାହା ଚିତ୍ତକୁ ଶୀତଳ ଏବଂ ଚିନ୍ତାଧାରାକୁ ସଶକ୍ତ କରିଥାଏ।”
ରାଜଯୋଗ ଧ୍ୟାନର ଅଭ୍ୟାସ ଆମକୁ ଆମ ଆନ୍ତରିକ ଶାନ୍ତି ସହିତ ସଂଯୋଗ ସ୍ଥାପନ କରେ। ଯେତେବେଳେ ମନ ପରମାତ୍ମାଙ୍କ ଶକ୍ତି ସହିତ ଏକାଗ୍ର ହୁଏ, ସେତେବେଳେ ଚିନ୍ତା, କ୍ଳାନ୍ତି ଏବଂ ଅଶାନ୍ତି ଭଳି ସବୁ ଆସୁରିକ ସ୍ୱଭାବ ଧିରେଧିରେ କମିଯାଏ। ମାତ୍ର ଅଳ୍ପ କିଛି ମୁହୂର୍ତ୍ତର ଏହି ରାଜଯୋଗ ଧ୍ୟାନ କରିଲେ ତାହା ସାରା ଦିନ ଆତ୍ମାକୁ ଶାନ୍ତ ଏବଂ ସ୍ଥିର କରିଦିଏ।
ସେଥିପାଇଁ ବିଚାର କରନ୍ତୁ – ଆପଣ ସାରା ଦିନ ମଧ୍ୟରେ କେତେଥର ନିଜର ମନକୁ ବିଶ୍ରାମ ଦେଉଛନ୍ତି l
ଆଜି କାଲି କାହା ଉପରେ ଅଭିମାନ କରିବା କୁ ଡର ଲାଗୁଛି….

କାହିଁକି ନା ଲୋକ ଏଠି ମନେଇବା ବଦଳରେ ଦୂରେଇ ଯିବାକୁ ବହୁତ୍ ପସନ୍ଦ କରୁଛନ୍ତି….

ଅଦ୍ୟ ଅକ୍ଟୋବର ମାସ ୨୮ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ଷଷ୍ଠୀ ଦିବା ଘ୦୮/୦୪ ଗତେ ସପ୍ତମୀ
ନକ୍ଷତ୍ର-ପୂର୍ବାଷାଢା ଦିବା ଘ୦୪/୩୮ ଗତେ ଉତ୍ତରାଷାଢା
ଚନ୍ଦ୍ର- ଧନୁ ରାତ୍ରି ଘ୧୧/୦୧ଗତେ ମକର
ଯୋଗ- ସୁକର୍ମା
କରଣ – ତୈତିଳ
ସୌରମାସ- ତୁଳା ୧୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/୪୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୫
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୮/୦୪ ଗତେ ବାୟବ୍ୟେ
ତୁଳା ଓ କୁମ୍ଭ ରାଶିର ଘତଚନ୍ଦ୍ର
ମକର ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୧/୩୧ ଗତେ ଘ୦୨/୫୮ମଧ୍ୟେ
ବାରବେଳା- ଦିବା ଘ୦୭/୧୫ ଗତେ ଘ୦୮/୪୨ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୮ ମଧ୍ୟେ ଓ ଘ୦୮/୪୫ ଗତେ ଘ ୧୧/୨୫ ମଧ୍ୟେ ଓ ରାତ୍ରି ଘ୦୭/୩୮ ଗତେ ଘ ୦୮/୨୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୫/୨୪ ଗତେ ଘ ୦୭/୩୬ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ ✧═════•❁❀❁•═════*
ମେଷ
*ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।

✧═════•❁❀❁•═════
ବୃଷ
ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
═════•❁❀❁•═════

ମିଥୁନ
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

✧═════•❁❀❁•═════✧
କର୍କଟ
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
✧═════•❁❀❁•═════
ସିଂହ
ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
✧═════•❁❀❁•═════
କନ୍ୟା
ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
✧═════•❁❀❁•═════
ତୁଳା
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।
✧═════•❁❀❁•═════
ବିଛା
ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

✧═════•❁❀❁•═════
ଧନୁ
*ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
✧═════•❁❀❁•═════
ମକର
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।

✧═════•❁❀❁•═════
କୁମ୍ଭ
ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

✧═════•❁❀❁•═════✧
ମୀନ
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking