15.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କାହାକୁ ଡରାଅ ନାହିଁ ସାହସ ଦିଅ ,
ଅପମାନିତ କର ନାହିଁ ଶିଖାଇ ଦିଅ ,
ଅଭିମାନ କରନି ସହିଯାଅ ,ଗାଳି କରନି ବୁଝେଇ ଦିଅ,
ଏହା ହେଉଛି ଗୋଟିଏ ସୁନ୍ଦର ସ୍ବଭାବର ଲକ୍ଷଣ ll ପ୍ରେମଠାରୁ ତ୍ୟାଗ ଶ୍ରେଷ୍ଠ ହୋଇଥାଏ ,ରୂପ ସୌନ୍ଦଯ୍ୟ ଠାରୁ ଶ୍ରେଷ୍ଠ ହୋଇଥାଏ , ଧନ ମାନବିକତା ଠାରୁ ଶ୍ରେଷ୍ଠ ହୋଇଥାଏ ,
କିନ୍ତୁ ଉତ୍ତମ ସମ୍ପର୍କଠୁ ବଳି କିଛି ବି ଶ୍ରେଷ୍ଠ ହୋଇନ ଥାଏ ll

ଭୁଲ୍ ଜୀବନର ଗୋଟିଏ ପୃଷ୍ଠା ଅଟେ କିନ୍ତୁ ସମ୍ପର୍କ ଗୋଟିଏ ବହି.. ଯଦି ଦରକାର ପଡେ, ତାହେଲେ ଭୁଲ୍ ପୃଷ୍ଠାଟିକୁ ଚିରିଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ.. ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ, ତା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ll

ଯେତେ କଷ୍ଟ ଅଙ୍କ ହେଉ ପଛେ
ଯଦି ସୂତ୍ର ଆପଣ ଜାଣିଛନ୍ତି
ଅଙ୍କ ସରଳ ଲାଗିବ ।
ସେହିପରି ଜୀବନରେ
ଯେତେ ଅସୁବିଧା ହେଉ ପଛେ
ଯଦି ଆପଣଙ୍କ ପାଖରେ ଧର୍ଯ୍ୟ ଅଛି
ତେବେ ସମାଧାନର ବାଟ
ସରଳ ଲାଗିବ ।।

ସମ୍ପର୍କ
ଅଛି ତ ସନ୍ଦେହ ରହିବ
ସନ୍ଦେହକୁ ସମ୍ପର୍କରେ ରଖିଲେ
ସମ୍ପର୍କ ନର୍କ ପାଲଟି ଯିବ,
ସନ୍ଦେହକୁ ସମ୍ପର୍କରୁ ଦୁରେଇ ରଖିଲେ
ସମ୍ପର୍କ ସ୍ବର୍ଗ ଭଳି ଲାଗିବ ।।

ସ୍ବାର୍ଥପର ଲୋକମାନେ ଠିକ୍ ଜାଣନ୍ତି କେତେବେଳେ କୋଉ ମଣିଷକୁ USE…… କରିବାକୁ ପଡିବ ଆଉ କେତେବେଳେ IGNORE ….

ଜୀବନରେ କାହାର କ୍ଷତି କରିବା ପୂର୍ବରୁ ଥରେ ଭାବି ନିଅନ୍ତୁ ଆଜି ଆପଣ ଯାହାର ଯେତିକି କ୍ଷତି କରୁଛନ୍ତି କେହି ଆପଣଙ୍କର ଏହାଠୁ ଅଧିକ କ୍ଷତି କରିପାରେ…..।

ହାର ମାନିବା ପୂର୍ବରୁ ଥରେ ଚିନ୍ତା କର ତୁମର ପରବର୍ତ୍ତୀ ପଦକ୍ଷେପ ସଫଳତାର ଆରମ୍ଭ ହୋଇପାରେ !

ଆଜି ନୁହେଁ ତ ସମସ୍ୟା କାଲି ସୁଧୁରିଯିବ… ଭାଗ୍ୟ ନିଶ୍ଚୟ ପରିବର୍ତ୍ତନ ହେବ… ରାତି ସର୍ବଦା ନଥିବ… ପ୍ରଭାତ ଆସିବ ମାନେ ଆସିବ।ହୃଦୟରେ ଧର୍ଯ୍ୟ ରଖ…. ଜୀବନ ପଥରେ ସୁଖ ଅବଶ୍ୟ ମିଳିବ। ପ୍ରଥମେ ଖରା ସହିବାକୁ ପଡ଼ିଲେ… ତା’ପରେ ଛାଇ ମଧ୍ୟ ନିହାତି ମିଳିବ…।

ଯେଉଁ ଲୋକ ନିଜକୁ ଦୁର୍ବଳ ବୋଲି ଭାବେ, ସେ ହିଁ ସବୁଠାରୁ ଅଧିକ ଧୋକା ଖାଏ !

ଅଦ୍ୟ ଅକ୍ଟୋବର ମାସ ୨୬ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ପଞ୍ଚମୀ
ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୧୧/୩୦ ଗତେ ମୂଳା
ଚନ୍ଦ୍ର- ବିଛା ଦିବା ଘ୧୧/୩୦ ଗତେ ଧନୁ
ଯୋଗ- ଶୋଭନ
କରଣ – ବବ
ସୌରମାସ- ତୁଳା ୧୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୫୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୨୫
*✧═════•❁❀
ଯୋଗିନୀ ଦକ୍ଷିଣେ
ମେଷ ରାଶିର ଘାତବାର
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୫ ଗତେ ଘ୧୨/୫୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୬ ଗତେ ଘ୦୯/୦୦ ମଧ୍ୟେ ଓ ଘ୦୧/୦୦ ଗତେ ଘ ୦୩/୨୫ ମଧ୍ୟେ ଓ ରାତ୍ରି ଘ୦୭/୩୮ ଗତେ ଘ ୦୯/୧୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୨ଗତେ ଘ ୦୫/୦୧ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ ✧═════•❁❀❁•═════
ମେଷମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
✧═════•❁❀❁•═════
ବୃଷ
ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
✧═════•❁❀❁•═════
ମିଥୁନ
ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
✧═════•❁❀❁•═════
କର୍କଟ
ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
✧═════•❁❀❁•═════
ସିଂହ
ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
✧═════•❁❀❁•═════
କନ୍ୟା
ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
✧═════•❁❀❁•═════
ତୁଳା
ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
✧═════•❁❀❁•═════
ବିଛା
ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି
✧═════•❁❀❁•═════
ଧନୁ
ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
✧═════•❁❀❁•═════
ମକର
ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।

✧═════•❁❀❁•═════
କୁମ୍ଭ
ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
✧═════•❁❀❁•═════
ମୀନ
ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking