14.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସମୁଦ୍ର ମନ୍ଥନରୁ ବାହାରିଥିବା ବିଷକୁ ଭଗବାନ ଶିବ ପିଇବା ସମୟରେ ତହିଁରୁ କିଛି ବୁନ୍ଦା ପୃଥିବୀ ଉପରେ ପଡିଗଲା । ସଂଯୋଗବଶତଃ ଏହା ସେହି ମାଟିଥିଲା, ଯେଉଁଥିରେ ବ୍ରହ୍ମା ଶରୀରଗୁଡିକର ନିର୍ମାଣ କରୁଥିଲେ । ବ୍ରହ୍ମା ଭୁଲବଶତଃ ସେହି ମାଟିରେ ମନୁଷ୍ୟର ଶରୀର ତିଆରି କରୁଥିଲେ । ବିଷର ବୁନ୍ଦା ମନୁଷ୍ୟ ମଧ୍ୟରେ ଈର୍ଷା ରୂପରେ ପ୍ରକଟ ହେଲା ଏବଂ ସେବେଠାରୁ ମନୁଷ୍ୟ ଈର୍ଷା ରୂପୀ ବିଷରେ ଜଳି ଆସୁଛି ।
କାହାକୁ କିଛି ଦେଇକି ଅହଙ୍କାର କରନ୍ତୁ ନାହିଁ,କିଏ ଜାଣିଛି ତୁମେ ତାକୁ ଦେଉଛ ନା ପୂର୍ବ ଜନ୍ମର ଋଣ ସୁଝୁଛ ।
ସ୍ବପ୍ନ ଦେଖିବା ସହଜ,ସ୍ବପ୍ନକୁ ପୁରଣ କରିବା କଠିନ ଆଉ ବିନା ସ୍ବପ୍ନରେ ବଞ୍ଚିବା ବି ମୂଲ୍ୟହୀନ ।

“ସମୟ “ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ ।

ବୟସ ୧୫ ହେଉ ବା ୪୫ ସମ୍ମାନ ତାଙ୍କୁ କରନ୍ତୁ ଯାହାଙ୍କ ଆଚରଣ ଭଲ ।

ବାହାଘର ସରିଲେ ବେଦୀ ମୁହଁ ପୋଡା ଭଳି ସ୍ବାର୍ଥପର ଲୋକ ନିଜ କାମ ହାସଲ ପରେ ମନେ ରଖିବା ତ ଦୂରର କଥା — ଚିହ୍ନି ପାରନ୍ତି ନାହିଁ ।

ଆଜି କାଲିର ସମ୍ପର୍କ ଚାକିରି ପରି ହୋଇଗଲଣି ,ଭଲ ଅଫର୍ ମିଳିଗଲେ ଲୋକେ ପୁରୁଣାକୁ ଛାଡି ଦେଉଛନ୍ତି ।
କାହାକୁ ସତ କହି ଧୋକା ଦେବା କେବେକେବେ ଗ୍ରହଣିୟ….
କିନ୍ତୁ
ମିଛ କହି କାହାକୁ ଆଶା ଦେବା ବା ବିଶ୍ବାସ ଭାଙ୍ଗିବା ଠିକ୍ ନୁହେଁ….
ଜୀବନର ଯାତ୍ରା ବି ବଡ଼ ଅଜବ କିଛି ନ ନେଇକି ଆସିଥାନ୍ତି ଆଉ ସବୁ କିଛି ପାଇବା ପାଇଁ ଝଗଡ଼ା କରିଥାନ୍ତି କିନ୍ତୁ ଶେଷରେ କିଛି ନ ନେଇକି ଏକୁଟିଆ ଚାଲି ଯାଆନ୍ତି…!!
ଗରିବ ହେଲେ ଲୋକେ ଅଣଦେଖା କରିବେ, ପରିଶ୍ରମ କଲେ ଲୋକେ ହସିବେ, ଆଉ ସଫଳତା ପାଇଲେ ଲୋକେ ଇର୍ଷାରେ ଜଳିବେ !!

ପରିଶ୍ରମ ତ ସମସ୍ତ କ୍ଷେତ୍ରରେ ସବୁ ସମୟରେ କରିବାକୁ ପଡ଼ିବ, ବେକାର ଭଳି ପଡ଼ି ରହିଲେ ଲୁହାରେ ମଧ୍ୟ କଳଙ୍କି ଲାଗିଯାଏ…!!
ନିଦ ବି ବଡ ଅଜବ, ଆସିଲେ ସବୁକିଛି ଭୁଲେଇଦିଏ…. ଆଉ ନଆସିଲେ ସବୁକିଛି ମନେ ପକେଇ ଦିଏ….!!

ଅଦ୍ୟ ଅକ୍ଟୋବର ମାସ ୨୩ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି- ଦ୍ଵିତୀୟା ରାତ୍ରି ଘ୧୦/୨୭ ଗତେ ତୃତୀୟା
ନକ୍ଷତ୍ର- ବିଶାଖା ନିଃ ଘ୦୫/୧୩ ଗତେ ଅନୁରାଧା
ଚନ୍ଦ୍ର- ତୁଳା ରାତ୍ରି ଘ୧୦/୩୫ ଗତେ ବିଛା
ଯୋଗ- ଆୟୁଷ୍ମ।ନ୍
କରଣ – ବାଳବ
ସୌରମାସ- ତୁଳା ୦୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୩୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୧୫
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୧୦/୨୭ ଗତେ ଅଗ୍ନିକୋଣେ
ତୁଳା ଓ କୁମ୍ଭ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୨/୨୪ ଗତେ ଘ ୦୫/୧୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୫ ମଧ୍ୟେ ଓ ଘ୦୧/୪୮ଗତେ ଘ୦୨/୨୩ ମଧ୍ୟେ ଓ ରାତ୍ରି ଘ୦୬/୦୫ ଗତେ ଘ ୦୮/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ବୋଇତିକାଖରୁ ରାତ୍ରି ଘ୨୦/୨୭ ଗତେ ପୋଇ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
✧═════•❁❀❁•═════
ବୃଷ-
ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
✧═════•❁❀❁•═════
ମିଥୁନ
-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।
✧═════•❁❀❁•═════
କର୍କଟ
-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
✧═════•❁❀❁•═════*
ସିଂହ
ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
✧═════•❁❀❁•═════
କନ୍ୟା
-ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
✧═════•❁❀❁•═════
ତୁଳା
ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
✧═════•❁❀❁•═════
ବିଛା
ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
✧═════•❁❀❁•═════
ଧନୁ
-ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
✧═════•❁❀❁•═════
ମକର-
ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
✧═════•❁❀❁•═════*
କୁମ୍ଭ
ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।

✧═════•❁❀❁•═════
ମୀନ
ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking