20.1 C
Bhubaneswar
Saturday, December 6, 2025
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

ହସ ” ଓ ” ନିରବତା ” ଏ ଦୁଇଟି ଭାରି ଶକ୍ତିଶାଳୀ ଅସ୍ତ୍ର , କାହିଁକିନା ହସ ଦ୍ବାରା ବହୁ ଅସୁବିଧାର ସମାଧାନ ହୋଇଯାଉଥିବା ବେଳେ ନିରବତା ଦ୍ବାରା ବହୁ ଅସୁବିଧାକୁ ଅଣଦେଖା କରି ହୋଇଥାଏ !!”

“ଅନ୍ୟକୁ ଉପଦେଶ ଦେବା ସହଜ ହୋଇଥାଏ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ , ତେଣୁ ପାରୁଛନ୍ତି ଯଦି ଜୀବନରେ କାହାକୁ ଉପାୟ ବତାନ୍ତୁ ଯାହାଦ୍ବାରା କି ସେ ଉପକୃତ ହେବ !!”

” ଚିତା ” ଆଉ ” ଚିନ୍ତା ” ଭିତରେ କେବଳ ଏତିକି ଫରକ , ” ଚିତା ” ଗୋଟିଏ ନିର୍ଜୀବକୁ ଜାଳି ପୋଡି ପାଉଁଶ କରିଦେଇଥାଏ , ଆଉ ” ଚିନ୍ତା ” ଗୋଟିଏ ଜୀବିତକୁ ଜାଳି ପୋଡି ପାଉଁଶ କରିଦେଇଥାଏ !!”

” ଶିକ୍ଷକ ” ଆଉ ” ରାସ୍ତା ” ଦୁଇଜଣ ଯାକ ଏକାପରି , ନିଜେ ଗୋଟିଏ ସ୍ଥାନରେ ରହି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଥାନ୍ତି !!”

” ଯନ୍ତ୍ରଣା ” ଏବଂ ” ଖୁସୀ ” ଉଭୟେ ବୋହୁତ ଭଲ ଶିକ୍ଷକ ହୋଇଥାନ୍ତି , କାହିଁକିନା ଏ ଦୁହେଁ ନିଶ୍ଚିତ ଭାବରେ ଆମ ପରିସ୍ଥିତିରେ କିଛି ନା କିଛି ଶିଖାଇଥାନ୍ତି !!”

ଯେଉଁ ମୁହୂର୍ତ୍ତରେ ଆମେ ନିଜର ଦୃଷ୍ଟି ବଦଳାଇବା, ସେଇ ମୁହୂର୍ତ୍ତରୁ ସୃଷ୍ଟି ମଧ୍ୟ ବଦଳିଯିବ।
ସମସ୍ତ ପ୍ରାପ୍ତିର ସାଧନ ଥିବା ସତ୍ତ୍ୱେ ମଧ୍ୟ ଯଦି ମନୋବୃତ୍ତି ନିର୍ଲିପ୍ତ (ଉପରାମ) ରହେ, ତାହାକୁ ହିଁ ‘ବୈରାଗ୍ୟ-ବୃତ୍ତି’ କୁହାଯାଏ।
ମନ-ବୁଦ୍ଧି-ସଂସ୍କାର ଏସବୁ ଆତ୍ମାର ତିନି ସୂକ୍ଷ୍ମ ଶକ୍ତି ଅଟେ; ଏବଂ ଆତ୍ମା ଏହି ଶକ୍ତି ଗୁଡ଼ିକର ମାଳିକ..।
`ଆତ୍ମା ପାଇଁ ଉପହାର
“ ଚିନ୍ତାଧାରା ଆମ ଜୀବନର ଦିଗ ନିର୍ଦ୍ଧାରିତ କରେ—ସେଥିପାଇଁ ତାକୁ ଶୁଭ ଏବଂ ସକାରାତ୍ମକରଖନ୍ତୁ।
ଯେତେବେଳେ ଆମେ ନିଜର ଭାବନାକୁ ଶୁଭ ଏବଂ ସକାରାତ୍ମକ ରଖିବା ସେତେବେଳେ ଜୀବନରେ ଶାନ୍ତି, ସଫଳତା ଏବଂ ପ୍ରସନ୍ନତା ଆପେ ଆସିଯାଇଥାଏ।
ଆଜି ଆପଣ ନିଜର ବିଚାରକୁ କେଉଁ ଦିଗକୁ ଗତିକରାଇବେ?

ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ତୃତୀୟା ରାତ୍ରି ଘ୧୧/୦୨ ଗତେ ଚତୁର୍ଥୀ
ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୮/୪୫ ଗତେ କୁର୍ତ୍ତିକା
ଚନ୍ଦ୍ର- ମେଷ ରାତ୍ରି ଘ୦୨/୦୭ ଗତେ ବୃଷ
ଯୋଗ- ବଜ୍ର
କରଣ – ବାଣିଜ୍ୟ
ସୌରମାସ- କନ୍ୟା ୨୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୦୫
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୨ ଗତେ ନୈରୁତେ
ମେଷ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୨/୩୦ ଗତେ ଘ ୦୫/୨୬ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦/୦୭/୨୦ ମଧ୍ୟେ ଓ ଘ୦୧/୪୨ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୫ ଗତେ ଘ୦୯/୨୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════*
ମେଷ
ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
✧═════•❁❀❁•═════
ବୃଷ
ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
✧═════•❁❀❁•═════
ମିଥୁନ
ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
✧═════•❁❀❁•═════*
କର୍କଟ
ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
✧═════•❁❀❁•═════
ସିଂହ
ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
✧═════•❁❀❁•═════
କନ୍ୟା
ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

✧═════•❁❀❁•═════
ତୁଳା
ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
✧═════•❁❀❁•═════
ବିଛା
ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
✧═════•❁❀❁•═════
ଧନୁ
ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
✧═════•❁❀❁•═════
ମକର
ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
✧═════•❁❀❁•═════
କୁମ୍ଭ
ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
✧═════•❁❀❁•═════
ମୀନ
ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking