16.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କରନ୍ତୁ, ପରନ୍ତୁ କାହା ଜୀବନ ମଞ୍ଚରେ ନୁହେଁ ।
ଅପ୍ରିୟ ସତ କଥା :-
ଆମର ଏ ସମାଜ…
କୁକୁର ରଖିଥିବା ଲୋକଙ୍କୁ ଧନୀ
ଗାଈ ରଖିଥିବା ଲୋକଙ୍କୁ ଗରିବ କୁହେ
ମଣିଷକୁ ସମୟ ନାହିଁ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ କିନ୍ତୁ ଏଠି ସ୍ବପ୍ନ ଦେଖେ ସ୍ମଶାନରୁ ସିଧା ସ୍ବର୍ଗକୁ ଯିବା ପାଇଁ ।

କୌଣସି ଆଶା ବିନା, ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରୟ କରନ୍ତି, ସେମାନଙ୍କ ହାତରେ ସୁଗନ୍ଧ ଆସେ ।

Single Life Is Best Life
କିନ୍ତୁ ସେଇଟା…
ଧୋକା ଖାଇବା ପରେ ହିଁ ବୁଝାପଡେ।

ସବୁ ଦିନ ପରା ସମାନ ନୁହଁଇ,
ସୁଖ ପରେ ଦୁଃଖ ଆସେ।
ଆପଣା ଖୁସିରେ ଅନ୍ଧ ଯିଏ ଥାଏ,
ତାର କେତେ ଯାଏ ଆସେ ?
ଆପଣଙ୍କ ଉପରେ କେହି ବିଶ୍ବାସ କରୁ କିମ୍ବା ନ କରୁ ଆପଣଙ୍କୁ ନିଜ ଉପରେ ବିଶ୍ବାସ କରିବାକୁ ହେବ ।
ଜୀବନରେ କାହାର କ୍ଷତି କରିବା ପୂର୍ବରୁ ଥରେ ଭାବି ନିଅନ୍ତୁ…. ଆଜି ଆପଣ ଯାହାର ଯେତିକି କ୍ଷତି କରୁଛନ୍ତି , ତା ଠାରୁ ଅଧିକ କ୍ଷତି ଆପଣଙ୍କୁ ଆପଣଙ୍କ କର୍ମ ଫେରାଇ ଦେଇପାରେ ।

ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ତା’ର ନାଁ ହେଉଛି ଜୀବନ, ଆଉ ଯାହାର ଗ୍ୟାରେଣ୍ଟି ଅଛି ତା’ର ନାଁ ହେଉଛି ମୃତ୍ୟ।
ପ୍ରତ୍ୟେକ ଶୁଭକାର୍ଯ୍ୟ କରିବା ପୂର୍ବରୁ ମାଥାରେ ତିଳକ ଲଗାଇବାର ପ୍ରଥା ରହିଛି, ଏହାର ଯଥାର୍ଥ ଆଧ୍ୟାତ୍ମିକ ଭାବ ହେଉଛି ତାହା ଆମକୁ ନିଜର ପ୍ରକୃତ ସ୍ୱରୂପ ଅର୍ଥାତ୍ ‘ମୁଁ ଆତ୍ମା ବୋଲି’ ସ୍ମରଣ କରାଏ ।ଦୁଇ ନୟନର ମଧ୍ୟସ୍ଥ ଭ୍ରୂକୁଟୀ ହେଉଛି ଆତ୍ମାର ବାସସ୍ଥାନ।
ଯିଏ ନିଜ ଆନ୍ତରିକ ମନରୁ ଶୁଭ ଭାବନାର ଦାନ କରିଥାଏ, ସେ ସବୁ ପ୍ରକାରର ମାନସିକ ରୋଗରୁ ସର୍ବଦା ମୁକ୍ତ ରହିଥାଏ।
`ଆତ୍ମା ପାଇଁ ଉପହାର
ପରମାତ୍ମାଙ୍କ ସାମ୍ନାରେ ଏକ ଛୋଟ ଶିଶୁଟିଏ ପରି ହୋଇଯାନ୍ତୁ, ସିଏ ନିଜେ ଆପଣଙ୍କ ଜୀବନକୁ ନୂତନ ଉଚ୍ଚତାକୁ ନେଇଯିବେ।”
ଯେତେବେଳେ ଆମେ ପରମାତ୍ମାଙ୍କ ସାମ୍ନାରେ ନିଜକୁ ଏକ ଛୋଟ ଶିଶୁ ପରି ସମର୍ପଣ କରିଦେବା, ତେବେ ତାଙ୍କର ପ୍ରେମ ଏବଂ ମାର୍ଗଦର୍ଶନ ଆମ ଜୀବନକୁ ନୂତନ ଉଚ୍ଚତାକୁ ନେଇଯାଇଥାଏ। ଏହି ସରଳ ସମର୍ପଣ ମନକୁ ହଲୁକା ଏବଂ ଆତ୍ମାକୁ ବହୁତ୍ ଆନନ୍ଦ ପ୍ରଦାନ କରେ।
କ’ଣ ଆପଣ ଆଜି ନିଜ ଦିନର ଆରମ୍ଭ ଏହି ଭାବ ପରମାତ୍ମାଙ୍କ ସହିତ କରିବେ କିl
ନିଜ ମନବାଞ୍ଛିତ ବସ୍ତୁଗୁଡ଼ିକୁ ପାଇବା କିମ୍ବା ଇଚ୍ଛାଗୁଡିକୁ ପୂରଣ କରିବାକୁ ଖୁସି କୁହାଯାଏ ନାହିଁ‌ ବରଂ ଯାହା ଆମ ପାଖରେ ଅଛି ସେଥିରେ ଖୁସି ଅନୁଭବ କରିବା ଅଥବା ସନ୍ତୁଷ୍ଟ ରହିବା ହିଁ ପ୍ରକୃତ ଖୁସି।
ଯେପରି ନିର୍ମଳ ଆକାଶରୁ ସ୍ବଚ୍ଛ ବର୍ଷା ଜଳ ଭୂମିରେ ଆସି ମଇଳା ହୋଇଯାଏ, ଠିକ୍ ସେପରି ନିର୍ମଳ (ପବିତ୍ର) ଆତ୍ମାମାନେ ମଧ୍ୟ ପରମାତ୍ମାଙ୍କ ଠାରୁ ଅଲଗା ହେବା ଦ୍ୱାରା ମାୟାର ଆବରଣରେ ମଳିନ ହୋଇଯାଇଛନ୍ତି। ପରମାତ୍ମା ଜଣେ ହିଁ ଅଟନ୍ତି — ସିଏ ସ୍ୱତନ୍ତ୍ର, ସର୍ବଜ୍ଞ, ସର୍ବୋଚ୍ଚ ଆଉ ସଦାଶିବ । ଏବଂ ପ୍ରତ୍ୟେକ ଜୀବାତ୍ମା ସହିତ ତାଙ୍କର ଶାଶ୍ଵତ ଅବିନାଶୀ ଓ ଅଭେଦ୍ୟ ସମ୍ପର୍କ ରହିଛି। ତଥାପି, ମାୟା ବଶୀଭୂତ କାରଣରୁ ସେ ଆମକୁ ପରତନ୍ତ୍ର ଭାବରେ ଦେଖାଯାଆନ୍ତି। ପରମାତ୍ମାଙ୍କୁ ସ୍ମରଣ କରିବା ବିନା ଅନ୍ୟ କୌଣସି ଉପାୟରେ ଏହି ମାୟାର ଭେଦ ଦୂର ହୋଇପାରିବ ନାହିଁ, ସେଥିପାଇଁ ଆମକୁ ପରମାତ୍ମା ସହିତ ସମ୍ପର୍କ ଯୋଡ଼ିବା ବହୁତ୍ ଆବଶ୍ୟକl
`ଆତ୍ମା ପାଇଁ ଉପହାର *
“ପ୍ରକୃତ ଧୈର୍ଯ୍ୟ ହେଉଛି ପରିସ୍ଥିତି ବିପରୀତ ହୋଇଥିଲେ ମଧ୍ୟବିଶ୍ଵାସରେ ଏବଂ ଶାନ୍ତିରଅଟଳରହିବା।”
ବାସ୍ତବରେ ଧୈର୍ଯ୍ୟର ସ୍ଥିତିରେ ପରିସ୍ଥିତି ଆମ ଇଚ୍ଛାର ବିପରୀତ ହୋଇଯାଏ, ତଥାପି ମଧ୍ୟ ମନରେ ବିଶ୍ଵାସ ଅତୁଟ ରହେ। ଏହି ଧୈର୍ଯ୍ୟ ଆତ୍ମାକୁ ସ୍ଥିର, ଶକ୍ତିଶାଳୀ ଏବଂ ପରମାତ୍ମାଙ୍କ ସମୀପ ସମ୍ପର୍କର ଅନୁଭବ କରାଏ। ଯେତେବେଳେ ଆମେ ଭରସା ରଖୁ, ସେତେବେଳେ ଜୀବନର ପ୍ରତ୍ୟେକ କଷ୍ଟ ଦାୟକ ସମୟ ମଧ୍ୟ ଆତ୍ମ-ବିକାଶର ଏକ ସୁବର୍ଣ୍ଣ ସୁଯୋଗରେ ପରିଣତ ହୋଇଯାଏ।
ଆପଣଙ୍କର ମତାମତରେ — ପ୍ରକୃତ ଧୈର୍ଯ୍ୟ କ’ଣ ଅଟେ

ଅଦ୍ୟ ଅକ୍ଟୋବର ମାସ ୦୮ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ପ୍ରତିପଦ ପ୍ରାତଃ ଘ୦୫/୫୨ ଗତେ ଦ୍ଵିତୀୟା
ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ୧୧/୪୨ ଗତେ ଦ୍ଵିଜା
ଚନ୍ଦ୍ର- ମେଷ
ଯୋଗ- ବ୍ୟାଘାତ
କରଣ – କୌଲବ
ସୌରମାସ- କନ୍ୟା ୨୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୦୨
*✧═════•❁❀
ଯୋଗିନୀ ପୂର୍ବେ ପ୍ରାତଃ ଘ୦୫/୫୨ ଗତେ ଉତ୍ତରେ
ମେଷ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୦ ଗତେ ଘ ୧୦/୧୧ ମଧ୍ୟେ
ବାରବେଳା- ଦିବା ଘ୧୧/୩୮ ଗତେ ଘ ୦୧/୦୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୭/୧୯ଗତେ ଘ୦୮/୦୭ ମଧ୍ୟେ ଓ ଘ୧୦/୩୦ ଗତେ ଘ୧୧/୩୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୧ ଗତେ ଘ୦୭/୧୮ ମଧ୍ୟେ ଓ ଘ୦୧/୪୨ ଗତେ ଘ୦୪/୦୭ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବୋଇତି କଖାରୁ ଭକ୍ଷଣ ନିଷେଧ

═════•❁❀❁•═════✧
ଆଜିର ରାଶିଫଳ
═════•❁❀❁•═════
ମେଷ
ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
═════•❁❀❁•═════
ବୃଷ
କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
✧═════•❁❀❁•═════
ମିଥୁନ
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
✧═════•❁❀❁•═════
କର୍କଟ
ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
✧═════•❁❀❁•═════
ସିଂହ
ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
✧═════•❁❀❁•═════
କନ୍ୟା
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
✧═════•❁❀❁•═════
ତୁଳା
ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
✧═════•❁❀❁•═════
ବିଛା
ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
✧═════•❁❀❁•═════
ଧନୁ
ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
✧═════•❁❀❁•═════
ମକର
ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
✧═════•❁❀❁•═════
କୁମ୍ଭ ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।

✧═════•❁❀❁•═════
ମୀନ
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking