25.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତl

ଆଜିର ଅନୁଚିନ୍ତl

ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ , ଧୌର୍ଯ୍ୟ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ ସମାଧାନର ବାଟ ଆପେ ଆପେ ମିଳିଯିବ !!”

“ଚା ପାତ୍ରରେ ଭିଜା ବିସ୍କୁଟ ବି ବହୁତ ବଡ଼ ଶିକ୍ଷା ଦିଏ , କାହା ସହ ଏମିତି ବୁଡିଯାଅନ୍ତୁ ନାହିଁ , ଯେ ପରିଶେଷରେ ନିଜକୁ ବିସ୍କୁଟ ଭଳି ଭାଙ୍ଗିଯିବାକୁ ପଡ଼ିବ !!”

ବେଳେ ବେଳେ ଏମିତି ଲାଗେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!”

“ଆପଣ ଜାଣିଛନ୍ତି କି ଆତ୍ମବିଶ୍ବାସ ଆଉ ପ୍ରାର୍ଥନା କେବେବି ଆଖିକୁ ଦେଖା ଯାଏନାହିଁ , କିନ୍ତୁ ଏମାନେ ଅସମ୍ଭବ କୁ ସମ୍ଭବ କରିଦିଅନ୍ତି !!”

ସମୟ ” ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ !!”
ସମ୍ପର୍କ ଗଢିବା ପାଇଁ ଜୀବନ ବିତିଯାଏ କିନ୍ତୁ ବିଗାଡିବା ପାଇଁ ସମୟ ଲାଗେ ନାହିଁl ଭାଙ୍ଗି ଯାଇଥିବା “ବିଶ୍ବାସ” ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ l ଜମି ଏବଂ ଭାଗ୍ୟର ସ୍ୱଭାବ ସମାନ,ଯାହା ବିହନ ବୁଣାଯାଏ, ତାହା ବାହାରକୁ ଆସିବା ନିଶ୍ଚିତ।

ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ, ଯାହାର କିଛି ସମାଧାନ ନାହିଁ l ଲକ୍ଷ୍ୟ ଯେତେ ଉଚ୍ଚ ହୋଇ ଥାଉ ନା କାହିଁକି ରାସ୍ତା ସବୁବେଳେ ପାଦ ତଳେ ହିଁ ରହିଥାଏ l ସମସ୍ୟା ପାଇଁ ବିବ୍ରତ ନ ହୋଇ ସମାଧାନ ପାଇଁ ଉପଯୁକ୍ତ ରାସ୍ତା ପ୍ରସ୍ତୁତ କରନ୍ତୁlମନେରଖ ସମସ୍ୟା ଦଣ୍ଡ ନୁହେଁ କିନ୍ତୁ ତାହା ଏକ ସୁଯୋଗ। ସମସ୍ୟା ଆମ ପ୍ରକୃତ କ୍ଷମତାକୁ ଜାଗୃତ କରିଥାଏ,ଜୀବନର ପଥକୁ ଉତ୍ତୀର୍ଣ୍ଣ କରାଏ।

ସାଧାରଣ ଦିନର ପୁନରାବୃତ୍ତି ଜୀବନକୁ ନିରସ କରିପାରେ,ତେଣୁ ଆନନ୍ଦ ଓ ସ୍ନେହ ସହ କୌଣସି କାମ କଲେ ସାଧାରଣ କାମ ମଧ୍ୟ ଅସାଧାରଣ ହୋଇଯାଏ। ପ୍ରତିଦିନ କାମକୁ ନୂତନ ସୃଜନଶୀଳତା ଓ ଖୁସିରେ ପୂର୍ଣ୍ଣ କରିବା ଉଚିତ। ଆମେ କରିଥିବା କାମକୁ କେବେ ଭାବନ୍ତୁ ନାହିଁ କି କେତେ ଫଳ ପାଇଲୁ, କେତେ ଉପକାର କଲୁ ଇତ୍ୟାଦି…….।
ସମ୍ପର୍କ କେବେ ବି ଦୁରତ୍ୱରେ ଶେଷ ହୁଏ ନାହିଁ….
ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଜିଦି, ଅସମ୍ମାନ, ସ୍ବାର୍ଥପରତା ଓ ବିଶ୍ୱାସ ଘାତକତା ଦ୍ଵାରା….
ଓଁ ଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ୟ ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୨/୧୫ ଗତେ ଅମାବାସ୍ୟା
ନକ୍ଷତ୍ର- ମଘା ଦିବା ଘ୦୮/୫୩ ଗତେ ପୂର୍ବା ଫା
ଚନ୍ଦ୍ର- ସିଂହ
ଯୋଗ- ସାଧ୍ୟ
କରଣ – ବିଷ୍ଟି
ସୌରମାସ- କନ୍ୟା ୦୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୫୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୩
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୧୫ ଗତେ ଐଶାନ୍ୟେ
ମକର ଓ କର୍କଟ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଚତୁର୍ଦ୍ଦଶୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା -ଦିବା ଘ ୦୭/୦୮ ମଧ୍ୟେ ଓ ଦିବା ଘ ୦୪/୦୭ ଗତେ ଘ ୦୫/୪୦ ମଧ୍ୟେ
ବାରବେଳା- ଦିବା ଘ ୦୧/୦୭ ଗତେ ଘ ୦୨/୩୮ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୦୯ ଗତେ ଘ୦୯/୨୩ ମଧ୍ୟେ ଓ ଘ ୧୧/୩୮ ଗତେ ଘ୦୧/୦୬ ମଧ୍ୟେ ଓ ଘ ୦୩/୨୮ ଗତେ ଘ୦୪/୦୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୦୨/୫୦ ଗତେ ଘ୦୩/୪୨ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବିରି ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════
ବୃଷ
-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════

ମିଥୁନ
-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
✧═════•❁❀❁•═════

କର୍କଟ
-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
✧═════•❁❀❁•═════

ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
═════•❁❀❁•═════
କନ୍ୟା
-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

✧═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
✧═════•❁❀❁•═════

ବିଛା
-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

✧═════•❁❀❁•═════
ଧନୁ
-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ
✧═════•❁❀❁•═════

ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
✧═════•❁❀❁•═════

କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

═════•❁❀❁•═════
ମୀନ
-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking