25.1 C
Bhubaneswar
Saturday, December 6, 2025
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ନିଜ କର୍ମ ଉପରେ ବିଶ୍ୱାସ ଓ ଇଶ୍ୱରଙ୍କ ଉପରେ ଆସ୍ଥା… କେତେ ବି ମୁସ୍କିଲ ସମୟ ନ ହେଉ ନା କାହିଁକି…. ଅବଶ୍ଯ ବାହାରିବ ରାସ୍ତା…।
ସଂସାରରେ ମନୁଷ୍ଯ ଅଧିକ ବ୍ୟଗ୍ର ଓ ବିଚଳିତ ହୋଇଥାଏ ଯେତେବେଳେ ସେ ତା ନିଜ ବିଚାର ନିଜେ କରିଥାଏ।
ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି । ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି ନ ହେଲେ ଆଜିର ଲୋଭି ମଣିଷ ନିଜ ମାଆ-ବାପାଙ୍କୁ ବି ଭୁଲି ଯାଉଛି
ଧନ ଥିବା ଯାଏ ପାଦ ଚାଟୁଥିବେ
ସ୍ଵାର୍ଥରେ ଲଗାଇ ମନ,
ସ୍ଵାର୍ଥ ସିଦ୍ଧ ହେଲେ ଭୁଲିଯିଵେ ଭଲେ
ହେଲେହେଁ ଆତ୍ମୀୟ ଜନ ।
ଦୁଇଟି ସମୟରେ ତୁମ ବ୍ୟକ୍ତିତ୍ଵର ପରିଚୟ ମିଳିଥାଏ….
ଯେତେବେଳେ ତୁମ ପାଖରେ କିଛି ନଥିବ ,ସେତେବେଳେ ତୁମର ଧର୍ଯ୍ୟ…
ଯେତେବେଳେ ତୁମ ପାଖରେ ସବୁକିଛି ଥିବ, ସେତେବେଳେ ତୁମର ବ୍ୟବହାର ..l
ଅଭାବ ନାହିଁ ମଣିଷର….
ଅଭାବଟା କେବଳ ମଣିଷତ୍ବ ଆଉ ବିବେକର ।
Ego ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ରହିବା ଉଚିତ୍ କିନ୍ତୁ Ego ସୀମା ବାହାରକୁ ଚାଲିଗଲେ ତାହା ଅହଙ୍କାରର ରୂପ ନେଇଥାଏ ।

ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଦଶମୀ ରାତ୍ରି ଘ୦୪/୫୫ ଗତେ ଏକାଦଶୀ
ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୮/୦୭ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ ରାତ୍ରି ଘ୦୧/୪୧ ଗତେ କର୍କଟ
ଯୋଗ- ବରୀୟ।ନ୍
କରଣ – ବାଣିଜ୍ୟ
ସୌରମାସ- ସିଂହ ୩୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୦୪
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୫୫ ଗତେ ଅଗ୍ନିକୋଣେ
କନ୍ୟା ରାଶି ର ଘାତଚନ୍ଦ୍ର
ମକର ରାଶିର ଘାତବାର
ଦଶମୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା-ଦିବା ଘ୦୧/୦୯ ଗତେ ଘ୦୨/୪୦ ମଧ୍ୟେ
ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୪୧ ଗତେ ଘ୧୦/୨୭ ମଧ୍ୟେ ଓ ଘ ୦୩/୧୩ ଗତେ ଘ୦୪/୫୦ ମଧ୍ୟେ ଓ ରାତ୍ରି ଘ ୦୬/୩୩ ଗତେ ଘ୦୮/୫୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
✧═════•❁❀❁•═════

ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
✧═════•❁❀❁•═════

ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
✧═════•❁❀❁•═════

କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

✧═════•❁❀❁•═════
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

✧═════•❁❀❁•═════
କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
✧═════•❁❀❁•═════

ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

✧═════•❁❀❁•═════
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।

═════•❁❀❁•═════
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

✧═════•❁❀❁•═════
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।

✧═════•❁❀❁•═════
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

✧═════•❁❀❁•═════
ମୀନ
ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking