28.1 C
Bhubaneswar
Monday, February 23, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କେତେବେଳେ ପ୍ରାଣ ହୋଇଯିବ ଶୂନ୍ୟ
ଆଶା ମୋର ପୂର୍ଣ୍ଣ କର
ଜୀବ ଥିବା ବେଳେ ଆସିଯାଅ ବାରେ
ଦେଖିବି ହେ ପ୍ରିୟବର ।
ଧନ , ଜୀବନ ଓ ଯୌବନ ପାଇଁ ଗର୍ବ କର ନାହିଁ,କାରଣ ନିମିଷକରେ କାଳ ( ସମୟ )ସେ ସବୁକୁ ହରଣ କରିନିଏ ।

ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତ୍ୟାନ୍ତ ଆବଶ୍ୟକ ।

ବିଶ୍ବାସକୁ ନେଇ ସମ୍ପର୍କ ସୃଷ୍ଟି
ଆଉ ସେହି ବିଶ୍ବାସ ତୁଟିଗଲେ ସମ୍ପର୍କ ନଷ୍ଟ ।

ଦୁଃଖେ ସଞ୍ଚିତ ଯେତେ ଧନ
ସେ ନୁହେଁ ସୁଖେ ପ୍ରୟୋଜନ ।
ଭଗବାନ କାହାକୁ ଆଶୀର୍ବାଦ ଦିଅନ୍ତି ନାହିଁ କି ଅଭିଶାପ ଦିଅନ୍ତି ନାହିଁ। ମନୁଷ୍ୟ ଯେମିତି କର୍ମ କରେ ସେମିତି ଫଳ ପାଏ। ତେଣୁ ନିଜ ଜୀବନର କୋୖଣସି ଘଟଣା ପାଇଁ ମନୁଷ୍ୟ ଭଗବାନଙ୍କୁ ଦାୟି କରିବା କଥା ନୁହେଁ। ଜୀବନର ପ୍ରତ୍ୟେକ ଘଟଣାକୁ ପ୍ରସନ୍ନତାର ସହିତ ଗ୍ରହଣ କରିବା ଦ୍ୱାରା ଭଗବାନଙ୍କର ନିରପେକ୍ଷତାକୁ ଭଲ ଭାବରେ ବୁଝି ହୁଏ। ନିଜର ନିର୍ଲିପ୍ତ ସ୍ବଭାବରେ ମଧ୍ୟ ନିଷ୍ଠା ପ୍ରାପ୍ତି ହୁଏ।

ଯେଉଁ ମାନେ ସମ୍ପଦକୁ ଜାବୁଡି ଧରିଛନ୍ତି, ସେମାନେ କେବେ ହେଲେ ଦୁଃସ୍ବପ୍ନ ମୁକ୍ତ ହୋଇ ପାରିବେ ନାହିଁ। ଯେଉଁ ମାନେ ସୃଷ୍ଟିକର୍ତ୍ତା ଓ ଖାଦ୍ୟଦାତାକୁ ଜାଣନ୍ତି ନାହିଁ, ସେମାନେ ବାରମ୍ବାର ମରିବେ, ଏବଂ ଜନ୍ମ ହେବେ, ମୃତ୍ୟୁର ଫାସ ମଧ୍ୟରେ ସେମାନଙ୍କର ଗ୍ରୀବା ସବୁବେଳେ ରହିଛି।

ଅଦ୍ୟ ସେପ୍ଟେମ୍ବର ମାସ ୦୧ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ନବମୀ ରାତ୍ରି ଘ୦୨/୪୪ ଗତେ ଦଶମୀ
ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୮/୩୭ ଗତେ ମୂଳା
ଚନ୍ଦ୍ର- ବିଛା ରାତ୍ରି ଘ୦୮/୩୭ ଗତେ ଧନୁ
ଯୋଗ- ବିସ୍କୁମ୍ଭ
କରଣ – କୌଳବ
ସୌରମାସ- ସିଂହ ୧୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୧୮
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୪ ଗତେ ଉତ୍ତରେ
ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ
ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୩ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ ୧୦/୨୨ ଗତେ ଘ୧୨/୪୬ ମଧ୍ୟେ ଓ ରାତ୍ରି ଘ୦୬/୪୫ ଗତେ ଘ୦୯/୧୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୩ ଗତେ ଘ୦୪/୪୮ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଲାଉ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
✧═════•❁❀❁•═════
ତୁଳା
କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
✧═════•❁❀❁•═════
ବିଛା
:ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
✧═════•❁❀❁•═════
ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════
ମକର
ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════
ମୀନ
ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking