21.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସମୟ କାହାକୁ ସୁଯୋଗ ଦେଇ ନଥାଏ, ତେଣୁ ସୁଯୋଗ ଦେଖି ସମୟକୁ ବ୍ୟବହାର କରନ୍ତୁ ଯିଏ କନ୍ଦାଏ ସିଏ ବି ଦିନେ କାନ୍ଦିବ,ଏଇଟା ଅଭିଶାପ ନୁହେଁ ଉପର ବାଲାର ବିଚାର l ଆଜିର ଅର୍ଥ ସର୍ବସ୍ବ ଦୁନିଆଁରେ ସମସ୍ତେ ଅର୍ଥ ପଛରେ ଧାଇଁ ଧାଇଁ ବାସ୍ତବ ସତ୍ୟକୁ ଭୁଲି ଗଲେଣି କିନ୍ତୁ ମନେରଖ ମୃତ୍ୟୁ ପରେ କେହି ବି ଟଙ୍କାରେ ପୋଡ଼ା ହେବେ ନାହିଁ l
“ପ୍ରତିଦ୍ବନ୍ଦିତା ଓ ତୁଳନାତ୍ମକ ମନୋଭାବ ନେଇ କୌଣସି ଜିନିଷର ଅସଲ ସ୍ବରୂପ ଦେଖି ହୁଏ ନାହିଁ,ଯଦି ଏ ଦୁନିଆକୁ ସୁନ୍ଦର ଭାବରେ ଦେଖିବାକୁ ଚାହୁଁଛ ତାହେଲେ ନିଜର ଦୃଷ୍ଟିଭଙ୍ଗୀରେ କିଛି ସ୍ବତନ୍ତ୍ରତା ଆଣିବାର ଅଛି !!”

“ନିଜ ଭିତରେ ଥ‌ିବା କ୍ରୋଧ,ଅହଙ୍କାର ଆଦି ସବୁକୁ ବାହାର କରି ନିଜକୁ ହାଲ୍‌କା କରିଦିଅ,କାହିଁକିନା ଯେଉଁମାନେ ହାଲ୍‌କା ହୋଇଥାନ୍ତି କେବଳ ସେହିମାନେ ହିଁ ଉପରକୁ ଉଠିଥାନ୍ତି !!”
.
ପାଦରେ କଣ୍ଟା ଏବଂ ସମ୍ପର୍କରେ ଶଙ୍କା, ଯଦି ଥରେ ପଶିଯାଏନା ସମ୍ପୂର୍ଣ୍ଣ ନ ବାହାରିବା ପଯ୍ୟନ୍ତ ଜନ୍ତଣା ହୋଇଥାଏ

ବେଶି ପାଠ ପଢି ହୋଇତ ପାରିବ
ଜ୍ଞାନୀରେ ଯେ ଗଣା ଦିନେ,
ବୁଝିବନି ଯଦି ବିଦ୍ୟାର ମହତ୍ଵ
କି କରିବେ ସୁଧି ଜନେ। ଏ ସଂସାରରେ ନିରାଟ ସତ୍ୟ

ନାରୀ ନିଜ ପାଇଁ ବଞ୍ଚେ ନାହିଁ
ଆଉ ପୁରୁଷ ନିଜ ପାଇଁ ଖଟେ ନାହିଁ ।
କେବଳ ବାପା ମାଆ ହିଁ ଆମର ଅଳି ଉଠାନ୍ତି
ନହେଲେ ଆଉ ସବୁତ କେବଳ ଆମର ଫାଇଦା ଉଠାଇଥାନ୍ତି ।

ନାରୀ ଘରକୁ ସ୍ୱର୍ଗରେ ପରିଣତ କରିପାରେ ପୁଣି ନର୍କ ବି ବନାଇ ଦେଇପାରେ ।

ପ୍ରାଣୀର ଭଲ ମନ୍ଦ ବାଣୀ
ମରଣ କାଳେ ତାହା ଜାଣି ।

ଅଦ୍ୟ ଅଗଷ୍ଟ ମାସ ୨୨ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୧୬ ଗତେ ଅମାବାସ୍ୟା
ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୧/୧୧ ଗତେ ମଘା
ଚନ୍ଦ୍ର- କର୍କଟ ରାତ୍ରି ଘ୦୧/୧୧ ଗତେ ସିଂହ
ଯୋଗ- ବାରୀୟ।ନ୍
କରଣ – ଶକୁନି
ସୌରମାସ- ସିଂହ ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୨୨
*✧═════•❁❀
*ଯୋଗିନୀ ପଶ୍ଚିମେ ଦିବା ଘ୧୨/
ଅଦ୍ୟ ଅଗଷ୍ଟ ମାସ ୨୨ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୧୬ ଗତେ ଅମାବାସ୍ୟା
ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୧/୧୧ ଗତେ ମଘା
ଚନ୍ଦ୍ର- କର୍କଟ ରାତ୍ରି ଘ୦୧/୧୧ ଗତେ ସିଂହ
ଯୋଗ- ବାରୀୟ।ନ୍
କରଣ – ଶକୁନି
ସୌରମାସ- ସିଂହ ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୨୨
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୧୨/୧୬ ଗତେ ଐଶାନ୍ୟେ
କର୍କଟ ଓ ମକର ରାଶି ର ଘାତଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶିର ଘାତବାର
ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ଅମାବାସ୍ୟା ର ସମ୍ବତ୍ସାରିକ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୪୩ ଗତେ ଘ୧୧/୫୧ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୦୭ ମଧ୍ୟେ ଓ ଘ୦୭/୫୫ ଗତେ ଘ୦୮/୪୨ ମଧ୍ୟେ ଓ ଘ୧୨/୪୨ ଗତେ ଘ୦୨/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୫୪ ଗତେ ଘ୧୧/୪୩ ମଧ୍ୟେ═✧══•❁❀❁•═*══
ଅଦ୍ୟ ବିରି ଦିବା ଘ୧୨/୧୬ ଗତେ ଆମିଷ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════
ବୃଷ
-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════
ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
✧═════•❁❀❁•═════
କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
✧═════•❁❀❁•═════
ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
✧═════•❁❀❁•═════
କନ୍ୟା
-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
✧═════•❁❀❁•═════
ବିଛା
-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
═════•❁❀❁•═════
ଧନୁ
-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
✧═════•❁❀❁•═════
ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
✧═════•❁❀❁•═════
କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

✧═════•❁❀❁•═════
ମୀନ
-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking