18.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କୌଣସି ମଣିଷ କେବେ ନିଜ ଇଚ୍ଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ।

ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ବାର ଘଣ୍ଟା ସମୟ ଲାଗେ, କିନ୍ତୁ ହଜିଯାଇଥିବା ବିଶ୍ୱାସ ସାରା ଜୀବନ ଅପେକ୍ଷା କଲେ ବି ଫେରିପାଇ ହୁଏନା।

“ଜୀବନ ଏକ ଲମ୍ବା ଯାତ୍ରା।” ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ। ଆଉ ହସି ହସି ଚାଲିଲେ କେତେବେଳେ ରାସ୍ତା ସରିଯିବ ଜଣାପଡିବ ନାହିଁ।

ଯଦି କାହାର ଖରାପ ଗୁଣକୁ ବାହାର କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ନିଜଠାରୁ ଆରମ୍ଭ କରିଦିଅନ୍ତୁ; ଅନ୍ୟଠାରୁ ନୁହେଁ।

ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ; ତେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ। କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ରାତ୍ରିର ଜହ୍ନପାଇଁ ନିଜେ ଅସ୍ତ ହୋଇଯାଏ।*ଲ

ଆଜିକାଲିର ସମ୍ପର୍କ –
ବର୍ତ୍ତମାନ କାହାକୁ ତୁମେ ଯେତେ ଆପଣାର ଭାବିବ, ଠିକ ସେମିତି କେହି ତୁମକୁ ଆପଣାର ଭାବିବେ ନାହିଁ। ଆବଶ୍ୟକ ଥିଲେ କହିବେ ହାଏ, ଆବଶ୍ୟକ ପୂରଣ ହୋଇଗଲେ ବାଏ। ତଥାପି ପ୍ରତ୍ୟାଶା ନରଖି ଭଲ ପାଇବାକୁ ଚେଷ୍ଟା କରାଯାଉ।

କିଏ ଅବହେଳା କଲା, କିଏ ଅପମାନ କଲା, କିଏ ବଦନାମ୍ କଲା, କିଏ ଛାଡ଼ିଦେଇ ଚାଲିଗଲା,ଏ ସବୁକୁ ଅଣଦେଖା କରିବା ଶିଖନ୍ତୁ….
କାରଣ
ଏଇ ଛୋଟ ଛୋଟ କଥା ଗୁଡିକ ମଣିଷ ଭିତରୁ ସବୁ ସୁଖ ଛଡ଼ାଇ ନିଏ….
ଜୟ ପରମ ବ୍ରହ୍ମ ଶ୍ରୀଶ୍ରୀ ଜଗନ୍ନାଥ ସ୍ଵାମୀ

ଅଦ୍ୟ ଜୁଲାଇ ମାସ ୦୯ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଆଷାଢ଼ମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୧/୪୯ ଗତେ ପୂର୍ଣ୍ଣିମା
ନକ୍ଷତ୍ର-ମୂଳା
ଚନ୍ଦ୍ର- ଧନୁ
ଯୋଗ- ବ୍ରହ୍ମ
କରଣ – ଗର
ସୌରମାସ- ମିଥୁନ ୨୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୨୦
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୧/୪୯ ଗତେ ଐଶାନ୍ୟେ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୩୬ଗତେ ଘ୧୦/୧୫ ମଧ୍ୟେ
ବାରବେଳା- ଦିବା ଘ୧୧/୫୧ ଗତେ ଘ୦୧/୩୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୨ ଗତେ ଘ୦୮/୩୫ ମଧ୍ୟେ ଓ ଘ୦୧/୫୬ ଗତେ ଘ୦୫/୨୬ ମଧ୍ୟେ ଓ ରାତ୍ରି ଘ୧୦/୦୫ ଗତେ ଘ୧୨/୧୮ ମଧ୍ୟେ*ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ═✧══•❁❀❁•═*════✧
ଅଦ୍ୟ ବିରି ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
═════•❁❀❁•═════
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
✧═════•❁❀❁•═════
ମିଥୁନ :
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
✧═════•❁❀❁•═════
କର୍କଟ : ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
✧═════•❁❀❁•═════
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
✧═════•❁❀❁•═════
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
✧═════•❁❀❁•═════
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
✧═════•❁❀❁•═════
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।*
✧═════•❁❀❁•═════
ମକର :
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking