“ପ୍ରତ୍ୟେକ ରାତିରେ ଯେତେବେଳେ ଆମେ ଶୋଇବାକୁ ଯାଉଛୁ , ସେତେବେଳେ ଆମେ ଗ୍ୟାରେଣ୍ଟି ଦେଇ ପାରିବା ନାହିଁ ଯେ ଆସନ୍ତା କାଲିର ସକାଳ ପର୍ଯ୍ୟନ୍ତ ଆମେ ବଞ୍ଚି ରହିବା କି ନାହିଁ ! ତଥାପି ଆମେ ଘଡିରେ ଆଲାରାମ ଦେଇ ଶୋଉଛୁ .. ଏହା ହିଁ ବିଶ୍ବାସ !!”*
“ଭାଇ , ଭାଇର ସମ୍ପର୍କ ଭଗବାନ ବିପତ୍ତି ବାଣ୍ଟିବା ପାଇଁ କରିଥିଲେ , କିନ୍ତୁ ଆଜି ସମ୍ପତି ବାଣ୍ଟିବାରେ ସୀମିତ ହୋଇ ରହିଗଲା !!”
“ଗୋଟେ ମାଛ ର ମନ କଥାକୁ , ଅନ୍ୟ ମାଛ ଟେ ବୁଝି ପାରିବ ବଗ କୁ କେବଳ ଖାଇବା ଜଣା ଅଛି ଦୁଃଖୀ ର ଦୁଃଖ କୁ କେବଳ ଦୁଃଖୀ ଲୋକ ବୁଝି ପାରିବ , ଅନ୍ୟମାନଙ୍କୁ କେବଳ ସ୍ଵାର୍ଥ ହିଁ ଦେଖା ଯିବ !!”
“ପର ରୋଜଗାରରେ ସୁସ୍ବାଦୁ ଭୋଜନ ଖାଇବାଠୁ , ନିଜ ରୋଜଗାରରେ ଶାଗ – ପଖାଳ ଖାଇ ରହିବା ଶ୍ରେୟସ୍କର !!”
“ନିଜର ଲୁହକୁ ନିଜ ହାତରେ ପୋଛିବାକୁ ଚେଷ୍ଟା କର , କାହିଁକିନା ଆଜିକାଲି ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି !!”
“ଟଙ୍କା ହେଉଛି ଛୋଟ ମୁଦ୍ରା | ସ୍ଵାସ୍ଥ୍ୟ ହେଉଛି ବଡ ମୁଦ୍ରା । ପ୍ରେମ ଭାଗ୍ୟଶାଳୀ ମୁଦ୍ରା | ବନ୍ଧୁତା ହେଉଛି ମିଠା ମୁଦ୍ରା । କିନ୍ତୁ , ସମ୍ପର୍କ ହେଉଛି ଏକ ” ସୁନା ” ମୁଦ୍ରା । ଏହାକୁ ସୁରକ୍ଷିତ ରଖନ୍ତୁ !!”
ଯେଉଁ ମଣିଷ ଦୁଃଖ ଭୋଗ କରେ ନାହିଁ,ସେ କୌଣସି ସିଦ୍ଧତା ହାସଲ କରେ ନାହିଁ। ମାଳିମାନେ ଯେଉଁ ଗଛକୁ ସବୁଠାରୁ ଅଧିକ ଛେଦନ କରନ୍ତି ତାହା ହେଉଛି ସେହି ଗଛ ଯାହା ଗ୍ରୀଷ୍ମ ଋତୁ ଆସିଲେ ସବୁଠାରୁ ସୁନ୍ଦର ଫୁଲ ଏବଂ ପ୍ରଚୁର ଫଳ ଦେଇଥାଏ।
ମଣିଷ ଜୀବନ ଅତି ଦୁର୍ଲଭ ଜୀବନ କିନ୍ତୁ ଆମେ ନିଶ୍ଚିତ ହୋଇ ପାରିବା ନାହିଁ ଯେ କେତେବେଳେ କୋଉ ରୋଗ ଆସି ଆମ ସୁସ୍ଥ ଜୀବନକୁ ରୁଗଣ କରିଦେବ ଆଉ ଏ ଦୁର୍ଲଭ ଜୀବନ ଆମ ପାଇଁ ଏକ ନର୍କ ବନିଯିବ…..
ସତରେ କ’ଣ ଆମର ଅବଶିଷ୍ଟ ଜୀବନ କାଳରେ କିଛି ବି ଅସୁବିଧା ଆସିବ ନାହିଁ,ଯେତିକି ଦିନ ବଞ୍ଚିବା ଘୃଣା ଭାବ ଛାଡି ହସଖୁସିରେ ବଞ୍ଚିବା ଆଉ ଖୁସି ବାଣ୍ଟିବା।.
ତୁମେ ବିଶ୍ବବିଜୟୀ ହୋଇ ପାରିବ, ସମସ୍ତଙ୍କୁ ନିଜର ଦାସ ବନାଇ ପାରିବ କିନ୍ତୁ ନିଜର ସମସ୍ତ ଧନ ଦୌଲତ ଖର୍ଚ୍ଚ କରିଲେ ମଧ୍ଯ ମୃତ୍ୟୁକୁ କେହି ଦାସ ବନାଇ ପାରିବେ ନାହିଁ,ଏହା କେଉଁ ମୁହୂର୍ତ୍ତରେ ଆସିବ ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଚାଲିଯିବ।.
ଅଦ୍ୟ ମଇ ମାସ ୧୩ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ପ୍ରତିପଦ ରାତ୍ରି ଘ୧୨/୩୨ ଗତେ ଦ୍ୱିତିୟା
ନକ୍ଷତ୍ର- ବିଶାଖା ଦିବା ଘ୦୯/୪୨ ଗତେ ଅନୁରାଧା
ଚନ୍ଦ୍ର – ବିଛା
ଯୋଗ- ବରୀୟ।ନ୍
କରଣ – ବାଳବ
ସୌରମାସ- ମେଷ ୩୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୯
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୧୨/୩୨ ଗତେ ଉତ୍ତରେ
ମକର ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଦ୍ଵିପାଦ ଓ ଦିବା ଘ୦୯/୪୨ ଗତେ ଏକ ପାଦ ଓ ରାତ୍ରି ଘ୧୨/୩୨ ଗତେ ଦ୍ଵିପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୪ଗତେ ଘ୦୩/୦୦ ମଧ୍ୟେ
ବାରବେଳା- ଦିବା ଘ୦୬/୫୦ଗତେ ଘ୦୮/୨୬ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୭ ଗତେ ଘ୧୦/୦୫ ମଧ୍ୟେ ଓ ଘ୧୨/୨୧ ଗତେ ଘ୦୧/୨୩ ମଧ୍ୟେ ଓ ଘ୦୩/୦୧ ଗତେ ଘ୦୪/୨୮ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
* ═✧*══•❁❀❁•═════✧
ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
═✧══•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════*
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════*
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════*
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════*
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════*
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════*
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।










