ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିଛନ୍ତି !!”
” ସମୟ ” କେବେ କାହାକୁ ଅପେକ୍ଷା କରେନାହିଁ , କିନ୍ତୁ ଏଠି ସମୟ ସହ ତାଳ ଦେଇ ଆଜୀବନ ବଞ୍ଚିବାକୁ ପଡିଥାଏ !!”
“ଯେଉଁ ଲୋକଟି ସମଙ୍କୁ ଭଲରେ ରହିବାକୁ ଉପଦେଶ ଦିଏ , ସେହି ଲୋକଟି ବେଳେ ବେଳେ ନିଜକୁ ଭଲରେ ରଖିବାକୁ ବାଟ ଖୋଜି ପାଏନା !!”
“ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ନିଜ ଉପରକୁ ଉଠାଇବା କାହିଁକିନା ଅନେକ ଭୁଲ୍ ମଧ୍ୟ ନିଜ ପାଖରେ ରହିଯାଇ ଥାଏ !!”
“ଆଜି ସମୟ ଏପରି ପରିବର୍ତ୍ତନ ହେଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର !!”
ସମ୍ପର୍କ ଏମିତି ଲୋକ ସହିତ ରଖ ଯିଏ ତୁମ ଭାବନାକୁ ବୁଝି ପାରୁଥିବ।ତୁମକୁ ଇଜ୍ଜତ ଦେଉଥିବ ଆଉ ତୁମର ସବୁ ଅବସ୍ଥାରେ ତୁମ ସାଥ ଦେଉଥିବ।*
ଜୀବନର ସବୁ ଲଢେଇ ଏକା ହିଁ ଲଢିବାକୁ ପଡିଥାଏ କାରଣ ଅନ୍ୟମାନେ କେବଳ ସାନ୍ତ୍ବନା ଦେବେ କିନ୍ତୁ ପାଖରେ କେହି ଛିଡ଼ା ହେବେ ନାହିଁ।
ଯାହା ଆମର ନୁହେଁ ତାହା କଦାପି ଆମକୁ ମିଳିବ ନାହିଁ ଯାହା ଆମକୁ ପାଇବାର ଅଛି କେହି ଆମ ଠୁଁ ଦୂରେଇ ପାରିବେ ନାହିଁ।
ସନ୍ଦେହ ସବୁବେଳେ ଅଡ଼ୁଆ ତିଆରି କରିଥାଏ କିନ୍ତୁ ବିଶ୍ବାସ ସବୁ ଅଡ଼ୁଆର ସମାଧାନ କରିଥାଏ।
ଅଦ୍ୟ ମଇ ମାସ ୧୨ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ବୈଶାଖମାସ- ଶୁକ୍ଳପକ୍ଷ
ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୧୪ ଗତେ ପ୍ରତିପଦ
ନକ୍ଷତ୍ର- ସ୍ଵାତୀ ଦିବା ଘ୦୬/୪୭ ଗତେ ବିଶାଖା
ଚନ୍ଦ୍ର – ତୁଳା ରାତ୍ରି ଘ୦୩/୦୧ ଗତେ ବିଛା
ଯୋଗ- ବ୍ୟତିପାତ
କରଣ – ଵିଷ୍ଟି
ସୌରମାସ- ମେଷ ୨୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୯
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୧୪ ଗତେ ପୂର୍ବେ
ମେଷ ରାଶିର ଘାତବାର
ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଦିବା ଘ୦୬/୪୭ ଗତେ ଏକ ପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୦ଗତେ ଘ୦୮/୨୯ ମଧ୍ୟେ
ବାରବେଳା- ଦିବା ଘ୦୩/୦୦ଗତେ ଘ୦୪/୩୬ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୯ମଧ୍ୟେ ଓ ଘ୧୦/୦୪ ଗତେ ଘ୧୨/୨୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୬ ଗତେ ଘ୦୫/୦୨ମଧ୍ୟେ
* ═✧*══•❁❀❁•═════✧
ଅଦ୍ୟ ଆମିଷ ଭକ୍ଷଣ ନିଷେଧ
═✧══•❁❀❁•═════✧
ରାଶି ଫଳ
✧═════•❁❀❁•═════
ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
✧═════•❁❀❁•═════
ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*
✧═════•❁❀❁•═════
ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*
✧═════•❁❀❁•═════
କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
✧═════•❁❀❁•═════
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
✧═════•❁❀❁•═════
କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
✧═════•❁❀❁•═════
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
✧═════•❁❀❁•═════
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
✧═════•❁❀❁•═════
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
✧═════•❁❀❁•═════
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*
✧═════•❁❀❁•═════
ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।